Home News in Odia ଦକ୍ଷ କରୁଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଦକ୍ଷ କରୁଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର  :  ଆଜି  ରାଜ୍ୟ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ଓଡ଼ିଶା  ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର  ପରିଦର୍ଶନ କରିଛନ୍ତି । ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ ସହିତ ସେମାନଙ୍କ ଦକ୍ଷତାକୁ ବ୍ୟାପକ କରିବା ପାଇଁ ସ୍ଥାପିତ ଏହି କେନ୍ଦ୍ର  ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଦିଗରେ ବିଶେଷ ସହାୟକ ହେଉଛି । ଆଗାମୀ କାଲିର ଶିଳ୍ପ ଦୁନିଆ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ  ଏହି କେନ୍ଦ୍ର ପ୍ରମୁଖ ଭୂମିକା ନେଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପ୍ରକାଶ କରିଛନ୍ତି ।   

ମୁଖ୍ୟ ଶାସନ ସଚିବ ଆଜି  ବିଶ୍ୱ ଦକ୍ଷତା କେନ୍ଦ୍ରର ପରିଦର୍ଶନ କରି କେନ୍ଦ୍ରରେ ଚାଲୁ ରହିଥିବା  ବିଭିନ୍ନ ପ୍ରଶିକ୍ଷଣ ଓ  କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।  ଏହି ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ ସହ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ   ଶ୍ରୀ  ଏନ. ବି. ଏସ୍ ରାଜପୁତ ଯୋଗ ଦେଇଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂସ୍କୁଲ ଅଫ୍ ସର୍ଭିସେସ୍ବିଭାଗ ଅଧୀନରେ ଥିବା ମୋଟ ୭ଟି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ସୁବିଧା ଦେବା ପାଇଁ ଅନ୍ତର୍ଜାତୀୟ ମାନର ପରୀକ୍ଷାଗାର(ଲାବୋରେଟୋରୀ)  ସ୍ଥାପନ କରାଯାଇଛି।  ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଲାବୋରେଟୋରୀ ବୁଲି ଦେଖିଥିଲେ। ତାଲିମ ପାଠ୍ୟକ୍ରମରେ ଏହା କିପରି ସହାୟକ ହେଉଛି ସେ ବିଷୟରେ ମୁଖ୍ୟ ଶାସନ ସଚିବ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ପାଠ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ନିଯୁକ୍ତି  କାର୍ଯ୍ୟକ୍ରମ ଜରିଆରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନୀରେ ନିଯୁକ୍ତି ସୁଯୋଗ ଦିଆଯାଉଛି ।  ମୁଖ୍ୟ ଶାସନ ସଚିବ                 ଏ ବିଷୟରେ ଜାଣିବା ସହିତ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ‘‘ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି, ଏହାକୁ ଶାଣିତ କରିବା ସହିତ ଆଗାମୀ କାଲିର ଆଧୁନିକ ଶିଳ୍ପ ଦୁନିଆ ପାଇଁ ଆବଶ୍ୟକ ଯୁବ ମାନବ ସମ୍ବଳ ପ୍ରସ୍ତୁତି ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଛି।  ଫଳରେ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିଛି । ଓଡ଼ିଶାର ଯୁବପିଢ଼ିଙ୍କୁ ଆତିଥେୟତା ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ରହିଛି ରାଜ୍ୟର ପ୍ରଥମ କୌଶଳ ଭବନ

ମୁଖ୍ୟ ଶାସନ ସଚିବ ଏହି କୌଶଳ ଭବନ ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ପାଇଁ ଏଠାରେ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ସେ ବୁଲି ଦେଖିଥିଲେ। ରାଜ୍ୟ ସରକାରଙ୍କ ସ୍କିଲ୍ଡ ଇନ୍ ଓଡ଼ିଶାକାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଓଡ଼ିଶା ଦକ୍ଷତା ବିକାଶପ୍ରାଧିକରଣ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା, ବିଭାଗୀୟ ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ଶ୍ରୀଯୁକ୍ତ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଟି ଥମ୍ବିରାଜା, ଉପାଧ୍ୟକ୍ଷା ଶ୍ରୀମତୀ ଜିତାମିତ୍ର ଶତପଥୀ, ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକଙ୍କ ସହ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।