ଭୁବନେଶ୍ୱର : ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର ସ୍ୱାଗତ ଜଣାଇ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ ବ୍ୟାଙ୍କର ବିଭିନ୍ନ ଶାଖା , ସାଇବର କ୍ରାଇମ୍ ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହ ବ୍ୟାଙ୍କ ସଂପର୍କରେ ଆଲୋଚନା କରିଥିଲେ ।
ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁରଲିଧର ବ୍ୟାଙ୍କର ପରିଚାଳନା ବ୍ୟବସ୍ଥା, ଆର୍ଥିକ କାରବାର ଓ ସାଇବର କ୍ରାଇମ୍ କକ୍ଷର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଦି ସଂପର୍କରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅବଗତ କରାଇଥିଲେ ।
ପରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡା ଜିଲ୍ଲାର କିଛି ଯୁବକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାୟକ ପଚାରି ବୁଝି ଥିଲେ ।