Home Assembly ତିନିଶହରୁ ଅଧିକ କର୍ମାନ୍ତର ଯନ୍ତ୍ରୀ

ତିନିଶହରୁ ଅଧିକ କର୍ମାନ୍ତର ଯନ୍ତ୍ରୀ

ଭୁବନେଶ୍ୱର : ବ୍ଲକ ଓ ପଞ୍ଚାୟତ ସ୍ତରରେ ତିନି ଶହରୁ ଅଧିକ କର୍ମାନ୍ତର ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୭୨ ଜଣ ପଞ୍ଚାୟତିରାଜ ବିଭାଗରୁ ଆସିଛନ୍ତି ।

ଯନ୍ତ୍ରୀମାନଙ୍କ ସଂକ୍ରାନ୍ତରେ ବିଧାୟକ ରମେଶ ଚନ୍ଦ୍ର ସାଏ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ବ୍ଲକ, ପଞ୍ଚାୟତ ଓ ଜିଲ୍ଲା ପରିଷଦମାନଙ୍କରେ ପଞ୍ଚାୟତିରାଜ ବିଭାଗଅଧିନରେ ଅନୁମୋଦିତ ୪୦୨ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ବର୍ତ୍ତମାନ ୨୭୨ ଜଣ ପଞ୍ଚାୟତିରାଜ ବିଭାଗ ଏବଂ ୩୩ଜଣ ଅନ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କର୍ମାନ୍ତର ନିଯୁକ୍ତି ମାଧ୍ୟମରେ କାର୍ଯ୍ୟରତ ଅଛନ୍ତି । ୧୩୦ଟି ଖାଲି ଥିବା ପଦବୀରୁ ୬୩ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ କରିବାପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି ।

ଏହାଛଡା ଖାଲିଥିବା ୩୪ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରିବାପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସେହିଭଳି ୧୧୪୪ ସହକାରୀ ଯନ୍ତ୍ରୀ ପଦବୀରେ ବର୍ତ୍ତମାନ ୭୮ଜଣ ପଞ୍ଚାୟତି ରାଜ ବିଭାଗର ଏବଂ ୧୨୦ଜଣଅନ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅବସର ପରେ ନିଯୁକ୍ତି ମା୍ମମରେ କାର୍ଯ୍ୟରତ ଅଛନ୍ତି । ଖାଲିଥିବା ୧୦୬୬ଟି ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ମାଧ୍ୟମରେ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି । ୨୨୮୯ କନିଷ୍ଠ ଯନ୍ତ୍ରୀ ପଦବୀରେ ବର୍ତ୍ତମାନ ୧୬୯୭ ଜଣ ସହକାରୀ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି ଓ ୫୯୨ଟି ପଦବୀ ଖାଲି ଅଛି ।

ରାଜ୍ୟ ସରକାରଙ୍କ ପାନୀୟଜଳ ଓ ପରିମଳ ସଂସ୍ଥା ଅଧିନରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ବ୍ଲକ ଅଧିନରେ ନିୟୋଜିତ ହେବାର ବ୍ୟବସ୍ଥା ନାହିାଁ କିନ୍ତୁ ବ୍ଲକ ସ୍ତରରେ କାମ କରିବାପାଇଁ ଏହି ସଂସ୍ଥାର ୬୨୮ ଜଣ କନିଷ୍ଠ ଓ ସହକାରୀ ଯନ୍ତ୍ରୀ ପଦବୀ ରହିଛି । ଏଥି ମଧ୍ୟରୁ ବର୍ତ୍ତମାନ ୪୭୭ଜଣ ନିୟୋଜିତ ଅଛନ୍ତି । କ୍ରମାଗତ ବୃଦ୍ଧି ହେଉଥିବା ପ୍ରକଳ୍ପ ସଂଖ୍ୟା ଏବଂ କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ଖାଲିଥିବା ଯନ୍ତ୍ରୀ ପଦବୀଗୁଡିକୁ ଶୀଘ୍ର ପୂରଣ କରିବା ଏବଂ ଏହାକୁ ବଢାଇବାପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)