Home Health ତାରାଙ୍କୁ ଭେଟିଲେ ପ୍ରଦୀପ ଓ ରୁଦ୍ରରାଜୁ

ତାରାଙ୍କୁ ଭେଟିଲେ ପ୍ରଦୀପ ଓ ରୁଦ୍ରରାଜୁ

ଭୁବନେଶ୍ୱର : ଜୟପୁରର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗତ କିଛି ଦିନ ପୂର୍ବେ କରୋନା ସଂକ୍ରମିତ ହୋଇ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିଲେ । କିନ୍ତୁ ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ପାଇଁ ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲେ ବାହିନୀପତି ।

ତେବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ଆସିବାରୁ ଅସୁସ୍ଥ ଅନୁଭବ କରିବାରୁ ଗତ ୧୨ ଦିନ ଧରି ହାଇଦ୍ରାବାଦସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଶ୍ରୀ ବାହିନୀପତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ସହ ପ୍ରଭାରୀ ଜି. ରୁଦ୍ରରାଜୁ ଭେଟି ତାଙ୍କ ଆସୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ ।

ଏହି ଅବସରରେ କିମ୍ସ ହସ୍ପିଟାଲରେ ପୂର୍ବରୁ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କୁ ମଧ୍ୟ ଭେଟି ଆସୁ ଆରୋଗ୍ୟ କାମନା କରିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଉଭୟ ଶ୍ରୀଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ ।

ଖୁବ୍‌ଶୀଘ୍ର ଜୟପୁର ବିଧାୟକ ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁସ୍ଥ ହୋଇ ଓଡ଼ିଶା ଫେରିବେ ବୋଲି ଆଶା କରିଛନ୍ତି ଶ୍ରୀଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ । ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବାହିନୀପତି ଓ ଜେନାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।