Home Assembly ତାରଟଣାରୁ ଆୟ କୋଟିଏରୁ ଅଧିକ

ତାରଟଣାରୁ ଆୟ କୋଟିଏରୁ ଅଧିକ

ଭୁବନେଶ୍ୱର : ବିଦ୍ୟୁତ୍‍ ଖୁଣ୍ଟରେ ତାରଟଣା ବାବଦରେ ବିତରଣ କମ୍ପାନୀମାନେ ବିଭିନ୍ନ କମ୍ପାନୀ ଠାରୁ ମାସକୁ କୋଟିଏରୁ ଅଧିକ ଟଙ୍କା ଆୟ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ଟିପିସିଓଡିଏଲ୍‍ର ଏ ବାବଦରେ ଆୟ ୧କୋଟି ୩୪ଲକ୍ଷ ଟଙ୍କାକୁ ଟପିଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ପୌରାଞ୍ଚଳରେ ବିଦ୍ୟୁତ୍‍ ଖୁଣ୍ଟରେ ତାର ଟାଣିବା ବାବଦକୁ ବିଭିନ୍ନମାନଙ୍କ ଠାରୁ ବିତରଣ କମ୍ପାନୀଗୁଡିକ ଆୟ କରୁଛନ୍ତି । ଟିପିସିଓଡିଏଲ୍‍ ୨୦୨୦-୨୧ ବର୍ଷରେ ଏ ବାବଦରେ ପ୍ରାୟ ୧କୋଯି ୧୦ଲକ୍ଷ ଟଙ୍କା ଆୟ କରିଥିବାବେଳେ ୨୦୨୩-୨୪ ରେ ତାହା ୨କୋଟି ୨୨ଲକ୍ଷ ଟଙ୍କାକୁ ଟପିଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ସୂତ୍ରରୁ ଆୟର ପରିମାଣ ୧କୋଟି ୩୪ଳକ୍ଷ ୧୬ହଜାର ଟଙ୍କାରେ ପହଞ୍ଚିଛି ।

ସେହିଭଳି ଟିପିଡବ୍ଲୁଓଡିଏଲ୍‍ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୫୩ଲକ୍ଷ ଟଙ୍କା ଆୟ କରିଥିବାବେଳେ ଟିପିଏନଓଡିଏଲ ୧୪ଲକ୍ଷ ୭୬ହଜାର ଟଙ୍କା ଆୟ କରିଛି । ସିପିଏସଓଡିଏଲ୍‍ ୨୦୨୩-୨୪ ବର୍ଷରେ ଏ ବାବଦରେ ୨୪ଲକ୍ଷ ୬୨ ହଜାର ଟଙ୍କା ଆୟ କରିଥିବାବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏ ବାବଦୀୟ ଅର୍ଥ ଆଦାୟ କରିନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।