Home Health ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତ ମୃତ୍ୟୁ

ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତ ମୃତ୍ୟୁ

ଢେଙ୍କାନାଳ  : ତମାଖୁ ସେବନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଓ ଭାରତରେ ପ୍ରତିବର୍ଷ ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ ଯାହା ସମସ୍ତ ମୃତ୍ୟୁହାରର ୯.୫ ପ୍ରତିଶତ । ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ୍ୟହାନିକୁ ରୋକିବା ତଥା ଜନସ୍ୱାସ୍ଥ୍ୟରେ ଉନ୍ନତି  ଆଣିବା ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ଓ ଏଥିପାଇଁ  ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍‍ସ୍‍ କଲ୍‍ଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ କୋଆଲିସନ ଫର ଟବାକୋ ଫ୍ରି ଓଡିଶା ସହଯୋଗରେ ଏକ ତମାଖୁ ନିୟନ୍ତ୍ରଣ କର୍ମଶାଳା ଏଠାରେ ଅନୁଷ୍ଠିତ ହୋଇଥିଲା ।

 ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ଵଳନ କରି କର୍ମଶାଳା  ଆରମ୍ଭ କରିଥିଲେ। ଲୋକସଭା ସାଂସଦ ମହେଶ ସାହୁ ନିଜ ବକ୍ତବ୍ୟରେ ରଖିଥିଲେ ଯେ ତମାଖୁର ଭୟାଭୟ ପରିଣାମ ରୋକିବା ଓ ପରବକ୍ତି ପିଢିକୁ ତମାଖୁ କୁପ୍ରଭାବରୁ ରୋକିବା ପାଇଁ ମିଳିତ  ସମସ୍ତଙ୍କର ମିଳିତ ପ୍ରୟାସର ଆବସ୍ୟକତା ଅଛି । ସେ କବିଥିଲେଯେ କୋଟପା ଆଇନ କୁ ସଢ କରିବା ଓ ଆଇନ କୁ କିଭଳି କାର୍ୟ୍ୟ କରିବା ଏିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ।

ପିକକ୍‍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଟପା ଆଇନର ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ । ଢେଙ୍କାନାଳର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ କହିଥିଲେ ଯେ ସମସ୍ତଙ୍କର ଏଭଳି ସମସ୍ୟା ଦୁର କରିବା ପାଇଁ ମହିଳା ମାନଙ୍କର ଭୁମିକା ଅତି ଗୁରୁତ୍ବ ପୁର୍ଣ୍ମ । 

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ  ଡକ୍ଛର ଜ୍ଯୋତିଷ ମହାପାତ୍ର,  ଏନୱାଇକେ ର ଉପନିର୍ଦ୍ଦେଶକ ଅଶୋକ ଦାସ, ନିୟୁ ଇଣ୍ଡିଆର ସମ୍ପାଦକ ଶେଷଦେବ ରାଉତ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।  ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ଅନୁଯାଇ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ତମାଖୁ ସେବନ ସାଧାରଣ ହୋଇଗଲାଣି । ଏପରିକି ଯେଉଁ ମାନେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଫୁସଫୁସ ଓ କର୍କଟ ଆଦି ରୋଗ ହେବାର ସମ୍ଭାବନା ରହିଛି । 

ଏହି ପରିସ୍ଥିତିରେ ଜନସାଧାରଣଙ୍କୁ ତମାଖୁ ସେବନରୁ ନିବୃତ କରିବା ଆବଶ୍ୟକ ଓ ସେଥିପାଇଁ ବ୍ୟାପକ ଜନସଚେତନତା ସହିତ କୋଟପା ଆଇନ କୁ ମଜଭୁତ କରିବା ଉଚିତ ବୋଲି ବକ୍ତା ମାନେ ନିଜର ମତପୋଷଣ କରିଥିଲେ ।  ପିକକ୍‍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏହି କର୍ମଶାଳାକୁ ସଂଯୋଜନା କରିଥିଲେ । ଏହି ସଭାରେ ପ୍ରାୟ ଦୁଇ ସହରୁ ଉର୍ଦ୍ଦ ପୁରୁଷ ଓ ମହିଳା ଯୋଗଦେଇଥିଲେ । ପିକକ୍‍ର ସତ୍ୟଶିବ ରଥ କର୍ମଶାଳା ସମ୍ପର୍କରେ ସୁଚନା ରଖିଥିଲେ ଓ ହରିହର ବଳବନ୍ତ ରାୟ ଧନ୍ୟବାଦ ଦେଇଥିଲେ ।