Home Excise ଡ୍ରଗ୍ସ ବିପକ୍ଷରେ ଅଭିଯାନ ଜାରି ରହିବ

ଡ୍ରଗ୍ସ ବିପକ୍ଷରେ ଅଭିଯାନ ଜାରି ରହିବ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆମର ଯୁବବର୍ଗଙ୍କୁ ନିଶା ଦ୍ରବ୍ୟ କବଳରୁ ରକ୍ଷା କରି ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ । 

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଡ୍ରଗ୍ସ ଏବଂ ନାର୍କୋ ବ୍ୟବସାୟ ବିରୋଧରେ ଅଭିଯାନ କୌଣସି ଶିଥିଳତା ବିନା ଜାରି ରହିବ ।  ଗୁଜରାଟ ପୋଲିସ ୫,୦୦୦ କୋଟି ଟଙ୍କାର କୋକେନ୍ ଜବତ କରିବା ସହ ଦିଲ୍ଲୀ ପୋଲିସ୍ ୧୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଛି।  କେନ୍ଦ୍ର ଗୃହମନ୍ତ୍ରୀ ଏଥିପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡ୍ରଗ୍ସ କାରବାର ଉପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୨୦୨୪ ଅକ୍ଟୋବର ୧୩ ତାରିଖରେ ଗୁଜରାଟର ଅଙ୍କଲେଶ୍ୱରସ୍ଥିତ ଏକ କମ୍ପାନିରେ ସର୍ଚ୍ଚ ଅପରେସନ୍ କରି ୫୧୮ କେଜି କୋକେନ୍ ଜବତ କରିଥିଲା। ଅନ୍ତର୍ଜାତୀୟ ବଜାରରେ ଜବତ କୋକେନର ମୂଲ୍ୟ ପାଖାପାଖି ୫ ହଜାର କୋଟି ଟଙ୍କା ।

ଏହା ପୂର୍ବରୁ ୨୦୨୪ ଅକ୍ଟୋବର ୧ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମହିପାଲପୁରର ଏକ ଗୋଦାମରେ ଚଢ଼ାଉ କରି ୫୬୨ କେଜି କୋକେନ୍ ଓ ୪୦ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଥିଲା। ତଦନ୍ତ ବେଳେ ୨୦୨୪ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ରମେଶ ନଗରରେ ଥିବା ଏକ ଦୋକାନରୁ ପ୍ରାୟ ୨୦୮ କିଲୋଗ୍ରାମ ଅତିରିକ୍ତ କୋକେନ୍ ଜବତ ହୋଇଥିଲା। ଜବତ ହୋଇଥିବା ଔଷଧ ଗୁଜରାଟର ଅଙ୍କଲେଶ୍ୱରସ୍ଥିତ ଏକ କମ୍ପାନିର ବୋଲି ତଦନ୍ତ ବେଳେ ଜଣାପଡ଼ିଥିଲା।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧,୨୮୯ କିଲୋଗ୍ରାମ କୋକେନ୍ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଥାଇଲାଣ୍ଡ ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ୧୩,୦୦୦ କୋଟି ଟଙ୍କା ରହିଛି।