Home Culture ଡିସେମ୍ବର ୧୫ ସୁଦ୍ଧା  କାମ ସାର

ଡିସେମ୍ବର ୧୫ ସୁଦ୍ଧା  କାମ ସାର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ   ନବୀନ  ପଟନାୟକ  ଙ୍କ  ନିର୍ଦ୍ଦେଶ  କ୍ରମେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ   ଭି  କେ  ପାଣ୍ଡିଆନ୍  ଶନିବାର ବଡିଭୋର ରୁ  ପୁରୀ  ଯାଇ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ ।  ନୂଆ  ଦାୟିତ୍ଵ  ଗ୍ରହଣ  ପରେ  ଶ୍ରୀ  ପାଣ୍ଡିଆନ୍  ଙ୍କ  ଏହା  ଥିଲା  ପ୍ରଥମ  ସମୀକ୍ଷା  ।

ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି ଡିସେମ୍ବର  ୧୫ ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଥିଲେ.  ଏହା  ନୂଆବର୍ଷ  ରେ  ଭକ୍ତ  ମାନଙ୍କୁ  ନୂଆ  ଅନୁଭବ  ଦେବ  ବୋଲି  ସେ  ମତ  ବ୍ୟକ୍ତ  କରିଥିଲେ ।

 ଶ୍ରୀକ୍ଷେତ୍ରରେ  ଥିବା  ବିଭିନ୍ନ  ମଠ  ଗୁଡିକର  ପୁନରୁଦ୍ଧାର  କାମ  ତ୍ୱରାନ୍ୱିତ  କରିବା  ପାଇଁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ  । ପରିକ୍ରମା  ପ୍ରକଳ୍ପର ଉଦ୍ୟାନ ଭିତ୍ତିକ ସୌନ୍ଦର୍ଯ୍ୟକରଣ  କାମରେ  ଜଗନ୍ନାଥ  ସଂସ୍କୃତି  ସହ  ଜଡିତ  ବିଭିନ୍ନ  ଦେଶୀୟ   ବୃକ୍ଷ  ଓ  ଗୁଳ୍ମ  ଲଗାଇବାକୁ  ଶ୍ରୀ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ  ।  ସେ  ଶ୍ରୀମନ୍ଦିର  ଚାରି  ଦ୍ଵାର  କାମ  ମଧ୍ୟ  ବୁଲି  ଦେଖିଥିଲେ ।

 ସ୍ଥାନୀୟ  ଲୋକଙ୍କ  ସୁବିଧା  ପାଇଁ  ଦୁଇ ଚକିଆ  ଗାଡି ର  ପାର୍କିଂ  ପାଇଁ  ପର୍ଯ୍ୟାପ୍ତ  ବ୍ୟବସ୍ଥା  କରିବାକୁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ । ଏତଦବ୍ୟତୀତ   ମେଘନାଦ  ପାଚେରୀ  ପାଖରୁ  ବିଭିନ୍ନ  ଲୋକଙ୍କ ଆବଶ୍ୟକତା ମେଣ୍ଟାଉଥିବା ଶୌଚାଳୟ, ପାନୀୟଜଳ ଆଦି ବ୍ୟବହାରିକ ବ୍ୟବସ୍ଥା ଗୁଡିକର  ସ୍ଥାନାନ୍ତର , ପରିକ୍ରମା  ପ୍ରକଳ୍ପ  ର  ବିଦ୍ୟୁତ୍  ବ୍ୟବସ୍ଥା  କାମ   ନିର୍ଦ୍ଧାରିତ  ସମୟରେ  ଶେଷ କରିବା  ଉପରେ  ସେ  ଗୁରୁତ୍ଵ  ଆରୋପ  କରିଥିଲେ  ।

 ଜଗନ୍ନାଥବଲ୍ଳଭ  ପାର୍କିଂ  କାମ  ସହ  ଯାତ୍ରୀ  ମାନଙ୍କ  ପାଇଁ  ସେଠାରେ  କରାଯାଉଥିବା  ବିଭିନ୍ନ  ସୁବିଧା ର  ବିକାଶ ,    ପ୍ରମୋଦ  ଉଦ୍ୟାନ, ଓ ଶ୍ରୀସେତୁ  କାମର  ଅଗ୍ରଗତି ଶ୍ରୀ ପାଣ୍ଡିଆନ୍   ସମୀକ୍ଷା  କରିଥିଲେ   ଓ  ନିର୍ଦ୍ଧାରିତ  ସମୟ ରେ  କାମ  ଶେଷ  କରିବାକୁ   ନିର୍ଦେଶ ଦେଇଥିଲେ  । ଏଥି ପାଇଁ  ଅଧିକ  ଲୋକ  ନିୟୋଜିତ  କରିବା ପାଇଁ  ପରାମର୍ଶ  ଦେଇଥିଲେ  ।

ଏହି  ପରିଦର୍ଶନ  ସମୟରେ  ପୁରୀ  ଜିଲ୍ଲାପାଳ , ଏସପି, ଓବିସିସି ପରିଚାଳନା ନିର୍ଦେଶକ ଏବଂ  ବିଭିନ୍ନ  ସଂସ୍ଥାର  ଅଧିକାରୀ  ମାନେ  ଉପସ୍ଥିତ  ଥିଲେ ।