ଭୁବନେଶ୍ଵର : ରାଜଧାନୀର ପୋଖରୀପୁଟ ଡିଏଭି ପବ୍ଲିକ ସ୍କୁଲରେ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ‘ଫନ୍ ଇନ୍ ସନ୍’ରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇ ଏହାକୁ ସଫଳ କରିଛନ୍ତି। ଗତ ଗୁରୁବାର ‘ଆର୍ଟ ଆକ୍ଟିଭିଟିଜ୍’, ‘ମ୍ୟୁଜିକାଲ ସେନସେସନ୍’, ‘ଡ୍ୟାନ୍ସିଂ ଷ୍ଟାର୍ସ’, ‘ସ୍ପୋର୍ଟସ୍ ଆଣ୍ଡ ଯୋଗ’ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ‘କ୍ରାଫ୍ଟ୍ ହେଭେନ୍’ ଅଧୀନରେ LKGରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା କାର୍ଯ୍ୟକ୍ରମ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ।
‘କ୍ରାଫ୍ଟ ହେଭେନ୍’ କାର୍ଯ୍ୟକ୍ରମରେ ଥିବା ଛୋଟ ପିଲାମାନେ ପେଷ୍ଟିଂ, ପ୍ରିଣ୍ଟିଂ, କାଗଜ କ୍ରାଫ୍ଟ, ବ୍ରେସଲେଟ୍ ମେକିଂ, ହେୟାରବ୍ୟାଣ୍ଡ/ହେୟାର କ୍ଲିପ୍ ଡିଜାଇନିଂ, ମାଟି ପାତ୍ର ସଜ୍ଜା, ପଥର କଳା, ରୋଷେଇ, ଫଟୋ ଫ୍ରେମ୍ ତିଆରି ଏବଂ ଚିତ୍ରାଙ୍କନ କଳା ଶିଖିଥିଲେ।
ସେହିପରି ଆର୍ଟ ଆକ୍ଟିଭିଟିଜ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ମାଟି ମଡେଲିଂ, କାଗଜ ମାସ୍କ ତିଆରି, ଟାଇ ଆଣ୍ଡ ଡାଇ ଓ କ୍ରାଫ୍ଟ ୱାର୍କ ଏବଂ ମ୍ୟୁଜିକାଲ ସେନସେସନ୍ ମ୍ୟୁଜିକ୍ ଥେରାପି କାର୍ଯ୍ୟକ୍ରମରେ ବିଭିନ୍ନ ଭାଷାରେ ସରଗମ, ପିଆନୋ ବାଦନ, ଶିଶୁ ସଙ୍ଗୀତ ଓ ଦେଶାତ୍ମବୋଧକ ଗୀତ ଶିଖିଥିବା ବେଳେ ‘ଡ୍ୟାନ୍ସିଂ ଷ୍ଟାର୍ସ’ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ସମ୍ବଲପୁରୀ ନୃତ୍ୟରେ ପାରଦର୍ଶିତା ହାସଲ କରିବାରେ ମାର୍ଗଦର୍ଶନ ଦିଆଯାଇଥିଲା।
‘କ୍ରାଫ୍ଟ ହେଭେନ୍’ ରେ ଭାଗ ନେଇଥିବା LKG ଶ୍ରେଣୀର ଜଣେ ଛାତ୍ର ଭଦ୍ଦି ରିୟାନ କୁମାର କହିଛନ୍ତି, “ମୁଁ ପେଷ୍ଟିଂ, ପ୍ରିଣ୍ଟିଂ, କାଗଜ କ୍ରାଫ୍ଟ, ବ୍ରେସଲେଟ୍ ମେକିଂ, ହେୟାରବ୍ୟାଣ୍ଡ/ହେୟାର କ୍ଲିପ୍ ଡିଜାଇନିଂ, ମାଟି ପାତ୍ର ସଜାଇବାର ସୁନ୍ଦର କୌଶଳ ଶିଖିଲି ଏବଂ ଏବେ ଏହାକୁ ନିଜେ କରିବାକୁ ଆଶା କରୁଛି ଯାହା ଦ୍ୱାରା ମୁଁ ବଡ଼ ହୋଇ, ଏଗୁଡ଼ିକୁ ସଉକ କରିପାରିବି।
ଦ୍ୱିତୀୟ ଶ୍ରେଣୀର ଅନ୍ୟ ଜଣେ ଅଂଶଗ୍ରହଣକାରୀ ଆଦିଷା କାନୁନଗୋ କହିଛନ୍ତି ଯେ ରୋଷେଇ ଆମ ଜୀବନର ଏକ ଆକର୍ଷଣୀୟ ଅଂଶ ଏବଂ ମୋ ମାଆ ପୂରା ପରିବାର ପାଇଁ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରନ୍ତି । ତେବେ “କିଣ୍ଡର କୁକିଂ”ରୁ ଘରେ ଉପଲବ୍ଧ ସମ୍ବଳରୁ ସ୍ମାର୍ଟ ଫୁଡ୍ ତିଆରି କରିବା ପାଇଁ ମୋତେ ଭଲ ଆଇଡିଆ ମିଳିଥିଲା ଏବଂ ମୋତେ ଏହା ପସନ୍ଦ ଆସିଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘କ୍ରାଫ୍ଟ୍ ହେଭେନ୍’ କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାଙ୍କ କାର୍ଯ୍ୟକ୍ରମକୁ ସ୍ନେହପ୍ରଭା ଦାସ ସଂଯୋଜନା କରିଥିବା ବେଳେ “ମୂଜିକାଲ ସେନ୍ସେଶନ” କୁ ସନ୍ତୋଷ କୁମାର କର ସଂଯୋଜନା ଓ ପରିଚାଳନା କରିଥିଲେ । ସେହିପରି ଭାବେ ବିଜୟ କୁମାର ପଣ୍ଡା ଓ ରଶ୍ମି ରଞ୍ଜନ ଦାସଙ୍କ ‘କଳା କାର୍ଯ୍ୟକଳାପ’, ଜଗଜିତ୍ ଦାସଙ୍କ ‘ନୃତ୍ୟ ତାରକା’ ଏବଂ ଦୀପକ କୁମାର ବେହେରା, ନବକିଶୋର ମହାପାତ୍ର ଓ ରାଜଲକ୍ଷ୍ମୀ ତ୍ରିପାଠୀ ‘କ୍ରୀଡ଼ା ଓ ଯୋଗ’ ପରିଚାଳନା କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ପାଠପଢ଼ା ପ୍ରତି ଆଗ୍ରହ ପାଇଁ ପୁସ୍ତକ-ଭିତ୍ତିକ ଶିକ୍ଷା ବ୍ୟତୀତ ଜୀବନ କୌଶଳ ଆମ ବ୍ୟକ୍ତିତ୍ୱକୁ ଗଢ଼ିତୋଳିବା ଏବଂ ସମ୍ପୂର୍ଣ୍ଣ, ସୁଖୀ ଓ ଅର୍ଥପୂର୍ଣ୍ଣ ଜୀବନ ଧାରଣ ପାଇଁ ବହୁତ ସହାୟକ ହୋଇଥାଏ। ପ୍ରତ୍ୟେକ ଛାତ୍ର/ଛାତ୍ରୀଙ୍କ ପାଠପଢ଼ା ସହିତ ଅତି କମରେ ଗୋଟିଏ ପ୍ରିୟ ଅଭ୍ୟାସ/ସଉକ ରହିବା ଦରକାର।
ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟର ପ୍ରାତଃ କାଳୀନ ପର୍ଯ୍ୟବେକ୍ଷୀକା ସଂଘମିତ୍ରା ଶତପଥୀ କହିଛନ୍ତି, “କ୍ରାଫ୍ଟସ୍ ହେଭେନ୍ ଛୋଟ ପିଲାମାନଙ୍କୁ ସେମାନଙ୍କର ମନରେ ଥିବା କଳ୍ପନାକୁ ଚିତ୍ରିତ କରିବା ପାଇଁ ଏକ ଉପଯୁକ୍ତ କ୍ୟାନଭାସ୍ ପ୍ରଦାନ କରିଥିଲା ଏବଂ ତା’ପରେ ସେମାନଙ୍କର ସୃଜନଶୀଳ ଇଚ୍ଛାକୁ ଅର୍ଥପୂର୍ଣ୍ଣ ଉପାୟରେ ବ୍ୟବହାର କରିବାକୁ ମାର୍ଗଦର୍ଶନ ଦେଇଥିଲା କାରଣ କୁନି କୁନି ପିଲା ମାନେ ଅଫୁରନ୍ତ ଶକ୍ତି ଏବଂ ଅଧିକରୁ ଅଧିକ ଜିନିଷ ଶିଖିବାର ଇଚ୍ଛାରେ ପରିପୂର୍ଣ୍ଣ ଅଟନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି ୨୦୨୦) ଅଧୀନରେ କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷା ଏକ ପ୍ରମୁଖ ବିଭବ ଅଟେ, ଯେଉଁଥିରେ ପାରମ୍ପରିକ ବକ୍ତୃତା-ଭିତ୍ତିକ ପଦ୍ଧତି ଅପେକ୍ଷା ହସ୍ତକର୍ମ, ପରୀକ୍ଷାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା, ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ବୁଝାମଣା ବୃଦ୍ଧି କରିବା ଏହି ପଦ୍ଧତିର ଉଦ୍ଦେଶ୍ୟ ।