ଭୁବନେଶ୍ୱର : ସମାଜରେ ମା’ ମାନଙ୍କୁ ଯେଭଳି ଯଥାରୀତି ସମ୍ମାନ ମିଳିବ ଦେଶ ସେତିକି ଆଗକୁ ଯିବ । ସେଥିପ୍ରତି ସମସ୍ତେ ଧ୍ୟାନଦେବା ଆବଶ୍ୟକ । ମା’ମାନେ ଯାହା କରିପାରିବେ ତାହା ଅନ୍ୟମାନେ ପାରିବେ ନାହିଁ । ଗୋଟିଏ ସୁସ୍ଥ ସମାଜ ଓ ଦେଶ ଗଠନ ଦିଗରେ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସ୍ତରୀୟ ବସୁଧାମାତା ସମ୍ମାନ ପ୍ରଦାନ ଉତ୍ସବରେ ମତ ଉପସ୍ଥିତ ଅତିଥିମାନେ ମତ ଦେଇଛନ୍ତି ।
ବିଶ୍ୱ ମାତୃଦିବସ ଅବସରରେ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ) ପକ୍ଷରୁ ସ୍ଥାନୀୟ ଜୟଦେବଭବନ ଠାରେ ଆୟୋଜିତ ବସୁଧାମାତା ସମ୍ମାନ ସମାରୋହ-୨୦୨୫ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ଅନ୍ୟତମ ଅତିଥି ଭାବେ ସମାଜସେବୀ ରଶ୍ମୀ ମହାପାତ୍ର ଯୋଗଦେଇ କହିଥିଲେ ଯେ ମା’ର ସାଧନା ଓ ତ୍ୟାଗ କେବଳ ସନ୍ତାନମାନଙ୍କ ଭବିଷ୍ୟତ ଗଠନ ଓ ସୁରକ୍ଷା ଏବଂ ବିକାଶ ପାଇଁ ସର୍ବଦା ସମର୍ପିତ । ଯେ ମା’ କୋଳରେ ହିଁ ସ୍ୱର୍ଗ ସୁଖ ରହିଛି । ମା’ର ପଣତ କାନି ସନ୍ତାନର ସୁରକ୍ଷା ଢାଲ ପରି ।
ୱସ୍ୱର ସମ୍ପାଦିକା ଜ୍ୟୋସ୍ନା ଦାସ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ବସୁଧାମାତା ସମ୍ମାନ ଉପରେ ଆଲୋକପାତ କରିବା ସହିତ ୱସ୍ୱର ବାର୍ଷିକ ବିବରଣୀ ପାଠ କରିଥିଲେ । ସଞ୍ଜୀବ କୁମାର ପ୍ରଧାନ ଅତିଥି ପରିଚୟ କରିଥିଲେ । ବସୁଧାମାତା ସମ୍ମାନ ସମାରୋହର ସଭାପତି ଅବସରପ୍ରାପ୍ତ ଆଇଏଏସ୍ ହୃଷିକେଶ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଚିକିତ୍ସକ ଡାକ୍ତର ପ୍ରେମପ୍ରିୟା ଜେନା, କବି ରଶ୍ମୀ ସାମଲ, ବରିଷ୍ଠ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଶତପଥୀ, ଗଙ୍ଗାଧର ନାୟକ ଏବଂ ଶ୍ରୀ ରଶ୍ମୀ ରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ମାତୃ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ୍ର କରିବା ସହିତ ମା’ମାନଙ୍କୁ ସମ୍ମାନିତ କରିବାପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ୱସ୍ୱ ଅନୁଷ୍ଠାନକୁ ଧନ୍ୟବାଦ ପ୍ରଦାନ କରିଥିଲେ । ବସୁଧାମାତା ସମ୍ମାନ ସମାରୋହର ସ୍ମରଣିକା ‘ମୋ ମା’ ଉନ୍ମୋଚନ ହୋଇଥିଲା ।

ସମାରୋହରେ ଡାକ୍ତର ବିଣାପାଣି ଦାଶଙ୍କୁ ତାଙ୍କର ଜୀବନବ୍ୟାପି ସେବା ଓ ସାଧନା ପାଇଁ ଚଳିତବର୍ଷର ବସୁଧାମାତା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିଭଳି ସମାଜ ଓ ସଂସାରରେ ଉଲ୍ଲେଖନୀୟ ସେବା ଓ ତ୍ୟାଗ ପାଇଁ ପାଇଁ ସୁଜାତା ପଶାୟତ, ଶାଶ୍ୱତୀ ଶତପଥୀ, ରଶ୍ମିରେଖା ନାୟକ, ପଦ୍ମିନୀ ପରିଡା, ନିବେଦିତା ଭଦ୍ର, ମାଣିକ୍ୟ ପ୍ରଭା ପ୍ରହରାଜ, ମାନସୀ ପଟ୍ଟନାୟକ, ଇନ୍ଦିରା ମିଶ୍ର, ଗୀତାଞ୍ଜଳି ଚାନ୍ଦ୍, ସୁନିତା ଦଲାଲଙ୍କୁ ଆଦର୍ଶମାତା ସମ୍ମାନରେ ସମ୍ମାନିତ କରାଯାଇଛି । ମାତୃଦିବସ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ସୌଦାମିନି ଦାସ ଧନ୍ୟବାଦ ଅର୍ପଣ କରିଥିବାବେଳେ ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
କାର୍ଯ୍ୟକ୍ରମରେ ସଫଳତା କ୍ଷେତ୍ରରେ ମମତା ମହାନ୍ତି, ଚନ୍ଦ୍ରକାନ୍ତ ଦାସ, ପ୍ରମୋଦ କୁମାର ଶତପଥୀ, ସଞ୍ଜୀବ କୁମାର ସାବତ, ମହେଶ ପ୍ରସାଦ ଦାସ, ଶ୍ରୀରାମ ପରିଡା, ଦ୍ବାରିକା ପଟ୍ଟନାୟକ, ପ୍ରଣିତା ପଟ୍ଟନାୟକ, ପୂଜା ମହାନ୍ତି, ସସ୍ମିତା ମହାରଣା, କଳ୍ପନା ନାୟକ, ପ୍ରଣତି ଦାସ ପ୍ରମୁଖ ସହଯୋଗ କରିଥିଲେ ।