Home Education ଡକ୍ଟର ଅରୁଣ ସାମଲ ରାଜଧାନୀ କଲେଜର ନୂଆ ଅଧ୍ୟକ୍ଷ

ଡକ୍ଟର ଅରୁଣ ସାମଲ ରାଜଧାନୀ କଲେଜର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର : ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଅରୁଣ କୁମାର ସାମଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି କଲେଜର ଶିକ୍ଷା ବିଷୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡକ୍ଟର ସାମଲଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ଘେନି ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ପକାଶ କରିଛି ।

ଏଠାରେ ଉଲ୍ଲେଖନୀୟ ଯେ ଡକ୍ଟର ସାମଲ ରାଜଧାନୀ କଲେଜର ଜଣେ ପ୍ରାକ୍ତନ ଛାତ୍ର । ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ଅଧ୍ୟାପକ ଭାବେ ଚୟନ ହେବାପରେ ସେ ବିଭିନ୍ନ ସରକାରୀ କଲେଜରେ ଶିକ୍ଷା ବିଷୟର ସହକାରୀ ଓ ସହଯୋଗୀ ପ୍ରଫେସର ଭାବେ ନିଷ୍ଠାର ସହ କାର୍ଯ୍ୟକରି ଆସିଛନ୍ତି । ଜଣେ ଲୋକପ୍ରିୟ ଅଧ୍ୟାପକ ଭାବରେ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ଗହଣରେ ତାଙ୍କର ବେଶ୍‍ ପରିଚିତି ରହିଛି ।

ଡକ୍ଟର ସାମଲ ଜଣେ ସୁଦକ୍ଷ ପ୍ରଶାସକ ଓ ସଂଗଠକ ମଧ୍ୟ । କିଛିଦିନ ମଧ୍ୟରେ ରାଜଧାନୀ କଲେଜ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଯାଉଥିବାବେଳେ ଏହି ଶିକ୍ଷାନୁଷ୍ଠାନର ଜଣେ ପ୍ରାକ୍ତନ ଛାତ୍ର ଅଧ୍ୟକ୍ଷ ପଦବୀ ଗ୍ରହଣ କରିବା ଘଟଣାକୁ ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି ।