Home Administration ଟିମ୍ ମୁକ୍ତାକୁ  ଦକ୍ଷତା ବୃଦ୍ଧି ମାର୍ଗଦର୍ଶନ

ଟିମ୍ ମୁକ୍ତାକୁ  ଦକ୍ଷତା ବୃଦ୍ଧି ମାର୍ଗଦର୍ଶନ

ଭୁବନେଶ୍ୱର : ମୁକ୍ତା କାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକ ମାନଙ୍କର ଏକ ଦିନିକିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଅଂଶଗ୍ରହଣକାରୀ କର୍ମକର୍ତ୍ତା ମାନଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାଥାନନ୍ ,ଗୁଣବତ୍ତା ଓ ସ୍ଵଚ୍ଛତା ଆଦି ଦିଗ ସହ ସାଲିସ୍ ବିହୀନ ଆଭିମୁଖ୍ୟ ପୋଷଣ ପୂର୍ବକ ମୁକ୍ତା କାର୍ଯ୍ୟକ୍ରମର ତ୍ଵରିତ ଅଗ୍ରଗତି ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତ ନିମନ୍ତେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଯେଉଁମାନେ ଦକ୍ଷତା ପ୍ରଦର୍ଶନ କରି ନପାରିବେ ସେମାନେ ହୁଏତ ଆମର ଟିମ୍‌ରୁ ନିଶ୍ଚିତ ବାଦ୍‌ପଡିବେ ବୋଲ୍‌ ପ୍ରମୁଖ ସଚିବ ଶ୍ରୀ ମାଥି ଭାଥନନ୍ କଡା ସତର୍କ ବାଣି ଶୁଣାଇଛନ୍ତି  

୨୦୨୩ ଡିସେମ୍ବର ସୁଦ୍ଧା ୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ପାର୍କ, ଜିମ୍, ପିଚୁ ରାସ୍ତା, ଉନ୍ମୁକ୍ତ ସ୍ଥାନ ଓ ଡ୍ରେନେଜ୍ ଆଦି  ୫ ଟି ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପାରଦର୍ଶିତା ଓ ଗୁଣାତ୍ମକ ନାଗରିକ ସେବା ପ୍ରଦାନ କୁ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସର୍ବଦା ଅଗ୍ରାଧିକାର ଦେଇ ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଜି ମୁକ୍ତା ୩  ବର୍ଷ ପୂରଣ କରିଛି।  ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ୧୧୫ଟି ପୌର ସଂସ୍ଥାରେ ପ୍ରାୟ ୫୨ ହଜାର ୫୦୦ ପ୍ରକଳ୍ପ କାର‌କାର୍ଯ୍ୟକାରୀ ହୋଇଛି। ୬୨ ଲକ୍ଷରୁ ଅଧିକ ବ୍ୟକ୍ତି ଶ୍ରମ ଦିବସ ସୃଷ୍ଟି କରାଯାଇଛି, ଯାହାଦ୍ୱାରା ପ୍ରାୟ ୬  ଲକ୍ଷ ସହରାଞ୍ଚଳ ଗରିବ ଏବଂ ପ୍ରବାସୀ ଶ୍ରମିକ ସିଧାସଳଖ ଲାଭବାନ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୦% ମହିଳା ହିତାଧିକାରୀ ଅଛନ୍ତି।

ବିଭିନ୍ନ ପୌର ସଂସ୍ଥାରେ “କ୍ୟାଚ୍ ଦ ରେନ୍” ଅଧୀନରେ ୩୬,୦୦୦ ବର୍ଷା ଜଳ ଅମଳ ପ୍ରକଳ୍ପ  ସୃଷ୍ଟି କରାଯାଇଛି। ପ୍ରାୟ ୫୨,୫୦୦ ପ୍ରକଳ୍ପର କାର‌୍ୟ୍ୟାନ୍ୱୟନ ପାଇଁ ମୁକ୍ତାରେ ପ୍ରାୟ ୨୬,୪୫୫ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘକୁ ସହଭାଗୀ କରାଯାଇଛିମ୍ବା ବର୍ତମାନ ସମୟ ଆସିଛି ଆମକୁ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ପଡିବ ।

ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ମୁକ୍ତାର ପ୍ରଭାବୀ କାର୍ଯ୍ୟକାରୀତା ଉପରେ ଦକ୍ଷତା ବୃଦ୍ଧି କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ନୋଡାଲ୍ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ପଣ୍ଡା, ନିଜ ବକ୍ତବ୍ୟରେ କହିଥିଲେ ଯେ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ ହେଉଛି କୋଭିଡ଼  ମହାମାରୀର ମଧ୍ୟଭାଗରେ ଆରମ୍ଭ କରାଯାଇଥିବା ଏକ ସମନ୍ଵିତ ସହରାଞ୍ଚଳ ଲୋକ ନିର୍ମାଣ କାର‌୍ୟ୍ୟକ୍ରମ ଯାହା ପ୍ରବାସୀ ଏବଂ ଅନୌପଚାରିକ ଶ୍ରମିକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରି ଏକ ସାମାଜିକ-ଆର୍ଥିକ ସୁରକ୍ଷା ନେଟ ପ୍ରଦାନ କରିବ। ସେ ତିନି ବର୍ଷର ସଫଳତା ଏବଂ ଭବିଷ୍ୟତର ଯୋଜନା ମଧ୍ୟ ଉପସ୍ଥାପନ କରିଥିଲେ ଏବଂ ପରିବର୍ତ୍ତିତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଫେସନାଲ୍ ଙ୍କୁ ଲକ୍ଷ୍ୟ ହାସଲ କରିବା ପାଇଁ କାର‌୍ୟ୍ୟ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ବିନୟ ଦାସ, ସଞ୍ଜୟ ପ୍ରାମାଣିକ, ଓଏସ୍ ଡ଼ି ତଥା ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ସୁଧାକର ପହି, ଚାଟାର୍ଡ୍ ଆକାଉଣ୍ଟାଣ୍ଟ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଦେଷ୍ଟା ଏହି ଅବସରରେ ବକ୍ତବ୍ୟ ରଖିଥିଲେ।