ଭୁବନେଶ୍ୱର : ରାଜ୍ୟର ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ୨୫ ବର୍ଷ ଲାଗି ଟାଟା ପାୱାର ହାତକୁ ଯାଇଛି । ଇତିମଧ୍ୟରେ ଟାଟା ପାୱାର ସେସୁ, ସାଉଥ୍କୋ ଓ ୱେସ୍କୋର ପରିଚାଳନା ଭାର ହାତେଇଥିବା ବେଳେ ନେସ୍କୋର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ବିଦ୍ୟୁତ୍ ଅଧିନିୟମ ୨୦୦୩ର ଧାରା ୨୦ ଓ ୨୧ ଅନୁଯାୟୀ ଏହି ହସ୍ତାନ୍ତର ହୋଇଥିବା ବେଳେ ଏଥିରେ ଟାଟା ପାୱାର କମ୍ପାନୀ ହାତରେ ବିଦ୍ୟୁତ୍ ବିତରଣ କମ୍ପାନୀର ୫୧ ପ୍ରତିଶତ ଅଂଶଧନ ରହିଛି ଓ ଅବଶିଷ୍ଟ ୪୯ ପ୍ରତିଶତ ରାଜ୍ୟ ସରକାରଙ୍କ ତରଫରୁ ଗ୍ରୀଡ୍କୋ ନିକଟରେ ଅଛି ।
ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିବା ନୂତନ କମ୍ପାନୀଗୁଡ଼ିକର ସମ୍ପତ୍ତି ଓ ଦେୟ ଆକଳନ ହେବା ପରେ ଓଇଆର୍ସି ଏହାର ମୂଲ୍ୟ ନିର୍ଦ୍ଧାରଣ କରିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।