Home News in Odia ଜୁନିଅର ରକ୍ଷକ ପାଇଁ ବୁଝାମଣା

ଜୁନିଅର ରକ୍ଷକ ପାଇଁ ବୁଝାମଣା

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବାଣିଜ୍ୟ ଏବଂ ପରିବହନ ବିଭାଗ ଓ ଏନସିସି ନିର୍ଦ୍ଦେଶାଳୟ ମଧ୍ୟରେ ’ଜୁନିଅର ରକ୍ଷକ’ ପାଇଁଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଅତିରିକ୍ତ କମିଶନର୍‌ ଟ୍ରାନ୍ସପୋର୍ଟ (ସଡକସୁରକ୍ଷା) ଲାଲ୍‌ମୋହନ ସେଠୀ ଏବଂ ଏନସିସି ନିର୍ଦ୍ଦେଶକ ସାଗର କେ ମହାନ୍ତିଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରାୟ ୬୩ ହଜାର କ୍ୟାଡେଟ ସଡକ ସୁୁରକ୍ଷା ଦିଗରେ ’ଜୁନିଅରରକ୍ଷକ’ ଭାବେ କାର୍ଯ୍ୟ କରିବେ । ସେମାନେ ସଡକ ଦୁର୍ଘଟଣାର ଆଶଙ୍କାକୁ ରୋକିବା ଏବଂ ଅମୂଲ୍ୟ ଜୀବନରକ୍ଷାକରିବା ପାଇଁ ଏକ ସଂକଳ୍ପବଦ୍ଧ ପ୍ରତିବଦ୍ଧତାକୁ ଆପଣେଇ ସଡକସୁରକ୍ଷା ସମ୍ବନ୍ଧୀୟଶିକ୍ଷା, ତାଲିମ ହାସଲ କରିବେ ।

ଏହି ଏନସିସି କ୍ୟାଡେଟ-କମ ଜୁନିଅର ରକ୍ଷକ ଆମର ଭବିଷ୍ୟତର ସଡକ ସୁରକ୍ଷା ରାଷ୍ଟ୍ରଦୂତ ହେବେ ଯେଉଁମାନେ ସେମାନଙ୍କ ବନ୍ଧୁ, ପରିବାର ଏବଂ ଜନସାଧାରଣଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତାର କରିବାରେ ପ୍ରମୁଖ ଭୂମିକା ନେବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଏକ ଭିଡିଓ ବାର୍ତ୍ତା ଯୋଗେ ପ୍ରକାଶକ ରିଥିଲେ ।

ମୁଖ୍ୟ ଅତିଥି ବାଣିଜ୍ୟ ଏବଂ ପରିବହନ, ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁଗର୍ଗ, ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, ଓଡିଶା ରାଜ୍ୟ ପୋଲିସ ହାଉସିଂ ଓ କଲ୍ୟାଣ ନିଗମ ଏମଡି ସନ୍ତୋଷ ବାଲା, ଓଡିଶା ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କେ ମହାନ୍ତିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ମୁଖ୍ୟ ଅତିଥି ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟର ୬ଟି ସ୍ଥାନ ଯଥା ଅନୁଗୁଳ, ଢେଙ୍କାନାଳ, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର ଓ ଗଂଜାମରେ ସ୍ୱ୍‌ୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌ ଲୋକାର୍ପଣ କରିଥିଲେ । ଟ୍ରାଫିକ୍‌ ନିୟମ ଏବଂ ସଡକ ଚିହ୍ନ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନରଅଭାବ ହେତୁ ଅଧିକାଂଶ ଦୁର୍ଘଟଣା ଘଟୁଛି । ୫-ଟି ପଦକ୍ଷେପ ଅଧୀନରେ ଟେଷ୍ଟିଂ ସିଷ୍ଟମ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ବଳରେ ଯୋଗ୍ୟ ବ୍ୟକ୍ତିମାନେ ଡ୍ରାଇଭିଂ ଲାଇସେନ୍ସ ପାଇ ଦୁର୍ଘଟଣା ହ୍ରାସ କରିବାରେ ସାହାଯ୍ୟ କରିବେ ।

ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟରେ ୨୩ଟି ସ୍ଥାନରେ ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାସ୍ତାକଡ଼ରେ ବେଆଇନ ପାର୍କିଂ ହେଉଛି ସଡ଼କ ଦୁର୍ଘଟଣାରଏକ ପ୍ରମୁଖ କାରଣ । ବିଗତ ୨-୩ ବର୍ଷ ମଧ୍ୟରେ ରାସ୍ତା ପାଶ୍ୱର୍ରେ ପାର୍କିଂ ଯାନ ସହିତ ଜଡିତ ଦୁର୍ଘଟଣା ୨୨୦% ବଢିଛି ଓ ୮୫୨ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ମଧ୍ୟରେ ପାର୍କିଂ ସୁବିଧାନ ଥିବାରୁ ହେଭି ମୋଟର ଯାନଗୁଡିକ ବାରମ୍ବାର ରାସ୍ତାକଡ଼ରେ ଅଟକି ରହିଥାଏ ଦୀର୍ଘମାର୍ଗର ଡ୍ରାଇଭର ମାନେ ବାରମ୍ବାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଚାପ ଅନୁଭବ କରନ୍ତି, ସଡ଼କ ଦୁର୍ଘଟଣାରେଏକ ପ୍ରମୁଖ ଯୋଗଦାନକାରୀ ଭାବରେ ପର୍ଯ୍ୟାପ୍ତ ନିଦନଥାଏ ।

ଏଥିପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ଡ୍ରାଇଭର ମାନଙ୍କୁ କାର୍ଗୋ, ଇନ୍ଧନ ଆଦି ସୁବିଧା ସହିତ ଅନ୍ୟ ସୁବିଧା ଯୋଗାଇବା ପାଇଁ ସାରା ରାଜ୍ୟରେ ଟ୍ରକ୍‌ ଟର୍ମିନାଲ୍‌ ର୍ନିମାଣ କରିବାକୁ ଯାଉଛି ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଲେ ଯେ, ୧୯୯୯ ମହାବାତ୍ୟାରେ ପ୍ରାୟ ୨୦ ହଜାର ଲୋକମୃତ୍ୟୁ ବରଣ କରିଥିଲେ ମଧ୍ୟ ପରବର୍ତ୍ତି ବାତ୍ୟା ଗୁଡିକରେ ନିଷ୍ଠାପର ପଦକ୍ଷେପ ନେଇ ଆମେ ମୃତ୍ୟୁସଂଖ୍ୟାକୁ ଶୂନ କରିପାରିଥିଲୁ । ସେହିଭଳି ନିଷ୍ଠା ଓ ଜାତୀୟ ସମରଶିକ୍ଷାର୍ଥୀ ବାହିନୀର ୬୩ ହଜାର କ୍ୟାଡେଟଙ୍କ ସହଯୋଗ ବଳରେ ଆମର ସଡ଼କ ଦୁର୍ଘଟଣା ମୃତ୍ୟୁକୁୁ ମଧ୍ୟ ଆମେ ହ୍ରାସ କରି ପାରିବା ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସାଧାରଣ ଜନତାଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେଗୁରୁିତ୍ୱାରୋପ କରିଥିଲେ ।

ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ସଡକ ସୁରକ୍ଷା ଦିଗରେ ନିରନ୍ତର ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ । ରାଜ୍ୟରେ ସଡ଼କ ଦୁର୍ଘଟଣାର ଧାରା ସମ୍ବନ୍ଧରେ ବହୁମୂଲ୍ୟ ସୂଚନା ପ୍ରଦାନ କରୁଥିବା ଓଡ଼ିଶାରେ ସଡ଼କ ଦୁର୍ଘଟଣା ପୁସ୍ତକ ଉନ୍ମୋଚନ ସହିତଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।