Home General ଜୀବନର ଝର କଲମ ପୁସ୍ତକ ଉନ୍ମୋଚିତ

ଜୀବନର ଝର କଲମ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଚିନ୍ମୟ ବସୁଙ୍କ ପୁସ୍ତକ ‘ଜୀବନର ଝର କଲମ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ଆଜି ରାଜଭବନରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ ଶ୍ରୀ ବସୁଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ହୋଇପାରିବ ବୋଲି କହିଥିଲେ ।

ଲେଖକ ଶ୍ରୀ ବସୁ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଏହି ବହିରେ ଥିବା ପ୍ରତିଟି କାହାଣୀ ଜୀବନର ବିଭିନ୍ନ ସମୟର ଅଭିଜ୍ଞତା, ମନରେ ଯାହା ଦାଗ କାଟିଥିଲା, ତାହାକୁ ନେଇ ହିଁ  ହେଇଛି । ମୁଁ ଦେଖିଥିବା ଅନ୍ୟମାନଙ୍କ କାହାଣୀ । ଏହା ବାସ୍ତବରେ ଅତ୍ମଜୀବନୀ ନୁହେଁ ;ବରଂ ଜୀବନର ଗଳ୍ପଗୁଚ୍ଛ କହିଲେ ଯଥାର୍ଥ ହେବ। ଏହି ପୁସ୍ତକ ପ୍ରକାଶନରେ ପ୍ରାକ୍ତନ ପ୍ରଶାସକ ତଥା ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ ।

ଉଲ୍ଲେଖ୍ୟଯୋଗ୍ୟ ଯେ ଶ୍ରୀ ବସୁ ୧୯୭୭ ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାପରେ କର୍ମମୟ ଜୀବନର ସୁଦୀର୍ଘ କାଳ କଟାଇଛନ୍ତି ଓଡ଼ିଶାରେ । ୨୦୧୧ ରେ ପ୍ରଶାସନିକ ସେବାରୁ ଅବସର ନେବାପରେ ଓଡ଼ିଶା ପବ୍ଲିକ ସର୍ଭିସ୍‍ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ  କରିଛନ୍ତି । ନିଜେ ଭୋଗିଥିବା ସମୟର ଦୃଶ୍ୟ , ଚିତ୍ର ଓ ଚରିତ୍ରକୁ ଶବ୍ଦରୂପ ଦେଇଛନ୍ତି ବଙ୍ଗଳା ଭାଷାରେ ପ୍ରକାଶିତ ପୁସ୍ତକ ‘ଜୀବନେର ଝର୍ଣ୍ଣା କଲମ’କୁ ଓଡ଼ିଆରେ ଅନୁବାଦ କରିଛନ୍ତି  ବିଶିଷ୍ଟ ଅନୁବାଦକ ପ୍ରଦୀପ କୁମାର ରାୟ ଯାହା ‘ବିଦ୍ୟାପୁରୀ ପ୍ରକାଶ କରିଛନ୍ତି ।

ଉନ୍ମୋଚନ ଉତ୍ସବରେ ପ୍ରାକ୍ତନ ବରିଷ୍ଠ ପ୍ରଶାସକ ବିଜୟ କୁମାର ପଟ୍ଟନାୟକ, ଗୋକୁଳ ଚନ୍ଦ୍ର ପତି, ତରୁଣ କାଂତି ମିଶ୍ର, ଯୁଗଳ କିଶୋର ମହାପାତ୍ର, ଅରବିନ୍ଦ ବେହେରା ପ୍ରମୁଖଙ୍କ ସମେତ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର , ପ୍ରକାଶକ ଜୀବାନନ୍ଦ ମିଶ୍ର, ବିରଞ୍ଚି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।