Home General ଜାନୁଆରୀ ୫ରୁ ଧଉଳିରେ ବର୍ଦ୍ଧିତ ଫି

ଜାନୁଆରୀ ୫ରୁ ଧଉଳିରେ ବର୍ଦ୍ଧିତ ଫି

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପକୁ ଯାତାୟତ କରୁଥିବା ଯାନବାହନ ପାଇଁ ଟୋଲ ଫି ଦେୟ ବୃଦ୍ଧି ଆଗାମୀ ଜାନୁଆରୀ ୫ତାରିଖ,୨୦୨୩ରୁକାର୍ଯ୍ୟକାରୀ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

ନିଷ୍ପତ୍ତି ଅନୁସାରେ ଧଉଳି ଶାନ୍ତିସ୍ତୁପ ପରିସରକୁ ଆସୁଥିବା ପ୍ରତି ଅଟୋ ରିକ୍ସା ପାଇଁ ବର୍ତ୍ତମାନର ଥିବା ଟୋଲ ଫି ୧୫ଟଙ୍କାରୁ ୨୦ ଟଙ୍କା, ୫-ସିଟ୍ ବିଶିଷ୍ଟ କାର ପାଇଁ ୩୦ ଟଙ୍କାରୁ ୪୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୭ ସିଟ୍ ବିଶିଷ୍ଟ ଇନୋଭା ଏବଂ ସେହିଭଳି ଯାନ ପାଇଁ ଏହା ୫୦ ଟଙ୍କାରୁ ୬୦ ଟଙ୍କା ହୋଇଛି ।

୧୨ ସିଟ୍ ବିଶିଷ୍ଟ ଉଇଙ୍ଗର ବା ଟ୍ରାଭେଲର ଭଳି ଯାନ ପାଇଁ ୧୨୦ ଟଙ୍କା ଦେୟ ପୂର୍ବଭଳି ଅପରିବର୍ତ୍ତିତ ରହିଥିବା ବେଳେ“ସଟଲ ସେବା”( ପାରାବୋଧି ପୁଷ୍କରିଣୀ ନିକଟସ୍ଥ ବସଷ୍ଟାଣ୍ଡରୁ ଧଉଳି ଶାନ୍ତିସ୍ତୂପ ପର୍ଯ୍ୟନ୍ତ) ପ୍ରତ୍ୟେକ ଯାତ୍ରୀ ପାଇଁ ଏହା ୧୨ ଟଙ୍କାରୁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଧଉଳି ଶାନ୍ତିସ୍ତୂପରେ ଚାଲୁଥିବା “ଲାଇଟ୍ ଓ ସାଉଣ୍ଡ ଶୋ” ଟିକେଟର ମୂଲ୍ୟ ୨୫ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ବର୍ଦ୍ଧିତ ଦର ଆଗାମୀ ଜାନୁଆରୀ ୫ ତାରିଖରୁ ଲାଗୁ କରାଯିବ ।ଏଥି ନିମନ୍ତେ ସମସ୍ତ ପର୍ଯ୍ୟଟକ, ଦର୍ଶନାର୍ଥୀ ଓ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଧଉଳି ଶାନ୍ତିସ୍ତୁପ ଏବେ ଦର୍ଶନାର୍ଥୀଙ୍କ ପାଇଁ ଅଧିକ ଆକର୍ଷଣୀୟ ଏବଂ ନୂଆ ରୂପରେ ପ୍ରତୀୟମାନ ହୋଇଛି । ଧଉଳିର ଐତିହାସିକ ପୃଷ୍ଟଭୂମିକୁ ଭିତ୍ତିକରି ଏଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି ।

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶନାର୍ଥୀମାନେ ଏହି ଐତିହ୍ୟ ସଂପନ୍ନ ପର୍ଯ୍ୟଟନସ୍ଥଳୀକୁ ଯେପରି ଶୃଙ୍ଖଳିତ ପରିଦର୍ଶନ କରିବେ ଏବଂ ଏଠାରେନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଇ ରାଜ୍ୟ ପର୍ଯ୍ୟଟନ ବିଭାଗ, ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ଏବଂ ଧଉଳି ଉନ୍ନୟନ କମିଟି ତରଫରୁ ପୀଠର ସାମଗ୍ରିକ ବିକାଶ ପାଇଁ ପ୍ରୟାସ ଜାରି ରହିଛି ।

ଶାନ୍ତିସ୍ତୂପର ଅଧିକ ବିକାଶ, ପୀଠର ରକ୍ଷଣାବେଷଣ,ପରିମଳ ବ୍ୟବସ୍ଥା ଆଦି ପରିପ୍ରେକ୍ଷୀରେନିୟୋଜିତ କର୍ମଚାରୀମାନଙ୍କୁ ପାରିତୋଷିକ ପ୍ରଦାନ ଆଦିକୁ ଦୃଷ୍ଟିରେ ରଖି ଧଉଳି ଶାନ୍ତିସ୍ତୂପକୁ ଯାତାୟତ କରୁଥିବା ଯାନବାହନ ପାଇଁ ଟୋଲ ଫି ଦେୟ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ।