Home Culture ଜାତୀୟ ନାଟ୍ୟ ଉତ୍ସବ

ଜାତୀୟ ନାଟ୍ୟ ଉତ୍ସବ

ଭୁବନେଶ୍ୱର : ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ,ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର,କୋଲକାତାର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେଉଛି ଜାତୀୟ ନାଟ୍ୟ ଉତ୍ସବ-୨୦୨୩ ।

ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଶ୍ରୀ ରମେଶ ପ୍ରସାଦ ପାଣିଗ୍ରାହୀ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ. ହୃଷିକେଷ ମଲ୍ଲିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଜାତୀୟ ନାଟକ ଉତ୍ସବରେ ଯୋଗଦେଇଥିବା କଳାକାରମାନଙ୍କୁ ଉତ୍ସାହିତକରିବା ସହିତ ସେମାନଙ୍କର ନାଟ୍ୟକଳା ପ୍ରତିଭାକୁପ୍ରଶଂସା କରିଥିଲେ ।

ଦ୍ୱିତୀୟ ଦିବସ ସଂଧ୍ୟାରେନଦୀରା ଜାହିର ବାବରଙ୍କ ରଚନା ଓ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ନାଟକ ‘ୟେ ହେ ବମ୍ବେ ମେରି ଜାନ୍’ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା ଓ ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇ ଉପଭୋଗ କରିଥିଲେ । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓଡିଶା ନାଟ୍ୟସଂଘର ସମ୍ପାଦକ ଶ୍ରୀ ଶୁଭକାନ୍ତ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆଜି ନାଟ୍ୟ ଉତ୍ସବର ତୃତୀୟ ସଂଧ୍ୟାରେ ଡଃ. ଶଙ୍କର ଶେଷ୍ ଙ୍କ ଦ୍ୱାରା ଲିଖିତ ଏବଂ ଚିତ୍ତରଂଜନ ତ୍ରିପାଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ଆରେ ମାୟାବୀ ସରୋବର’ ମଂଚସ୍ଥ ହୋଇଯାଇଛି ।