ଭୁବନେଶ୍ୱର : ଜଙ୍ଗଲ ଜବରଦଖଲକାରୀମାନେ ବିନା ଅନୁମତିରେ ଗଛ କାଟି ପକାଉଛନ୍ତି । ଏମାନଙ୍କ ଦ୍ୱାରା ୮୪୬୧ଟି ଗଛ କଟାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍ ୪୦,୫୦୭ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଛି । ଏହାକୁ ମୁକୁଳାଇବାପାଇଁ ଦୋଷୀମାନଙ୍କ ବିରୁଦ୍ଧରେ ଓଡିଶା ଜଙ୍ଗଲ ଆଇନ୍, ୧୯୭୨ ଅନୁଯାୟୀ ୧୨,୫୧୦ଟି ମାମଲା ରୁଜୁ କରାଯାଇଛି ।
ଏହିସବୁ ରୁଜୁ ମାମଲା ମଧ୍ୟରୁ ୩୨୬୮ଟି ମାମଲାର ବିଚାର କରାଯାଇ ଜବରଦଖଲ ହୋଇଥିବା ଜଙ୍ଗଲ ଜମିକୁ ମୁକ୍ତ କରାଯାଇଛି । ଏହି ମାମଲାଗୁଡିକ ମଧ୍ୟରୁ ୯୨୪୨ଟି ମାମଲା ଏବେ ବି ଚାଲିଛି । ତେବେ ଜବରଦଖଲକାରୀମାନେ ୮୬୪୧ଟି ଗଛ ବିନାନୁମତିରେ କାଟିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।