Home News in Odia ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ଵର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଡ୍ରାଫ୍‌ଟ୍ ୟୁଜିସି ରେଗୁଲେସନ ୨୦୨୫ ପ୍ରତିବାଦରେ ଏବଂ ବିଶେଷ କରି ଛାତ୍ରମାନଙ୍କର ସମସ୍ୟା ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କହିଥିଲେ ଯେ ୨୦୧୪ ମସିହା ଠାରୁ କ୍ରମାଗତ ଭାବରେ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଆକ୍ରମଣ ହେଉଛି ।

ଜାତୀୟ ଶିକ୍ଷା ନୀତି ୨୦୨୦ ଯାହାକି ମୋଦୀ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ତାହା କେବଳ ଶିକ୍ଷାର ଘରୋଇକରଣ ଏବଂ କେନ୍ଦ୍ରୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଏହି ନୀତି କାର୍ଯ୍ୟକାରୀ ହେବା ପରେ ସ୍କୁଲ ଫି ବୃଦ୍ଧି, ବଳେଟରେ ଉଚ୍ଚଶିକ୍ଷାର ଅନୁଦାନ କାଷ୍ଟ, ସଂରକ୍ଷଣରେ ଉଦାସିନତା, ଯଥାର୍ଥ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ ଏବଂ ଶିକ୍ଷାନୁଷ୍ଠାନରେ ଆରଏସ୍ଏସ୍ ନୀତିର ପ୍ରଭାବ ବୃଦ୍ଧି ପାଉଥିବାର ପରିଲେକ୍ଷିତ ହେଉଛି। ଯାହାଫଳରେ ଗରୀବ ଏବଂ ଅସହାୟ ଛାତ୍ରମାନଙ୍କ ପାଇଁ ଶିକ୍ଷାନୁଷ୍ଠାନମାନଙ୍କର ବନ୍ଦ ହୋଇଯାଉଛି।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଲେ ଯେ ଆରସ୍ଏସ୍ ଏବଂ ବଡ଼ବଡ଼ ଉଦ୍ୟୋଗ ପତି ହାତରେ ଆମର ବିଶ୍ଵବିଦ୍ୟାଳୟଗୁଡ଼ିକୁ ଟେକି ଦେବା ପାଇଁ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ସେଥୁନିମନ୍ତେ ଡ୍ରାଫ୍‌ଟ ୟୁଜିସି ରେଗୁଲେସନ-୨୦୨୫ ପ୍ରସ୍ତୁତ ହୋଇଛି। ଯାହାର ଉଦ୍ଦେଶ୍ୟ ହେଉଛି ବିଶ୍ଵବିଦ୍ୟାଳୟଗୁଡ଼ିକ ଉପରେ କିପରି ଆରଏସ୍ଏସ୍ ଏବଂ ଉଦ୍ୟୋଗ ପତିମାନଙ୍କର ପ୍ରଭୂତ୍ଵ ଜାହିର ହେବ । ଏହା ପ୍ରଣୟନ ହେଲେ ବହୁତ ପରିବର୍ତନ ହୋଇଯିବ।

ନୂଆ ୟୁଜିସି ଡ୍ରାଫ୍‌ଟ ଅନୁଯାୟୀ ଆବଶ୍ୟକୀୟ ଶିକ୍ଷା ଯୋଗ୍ୟତା ନ ଥାଇ ଜଣେ କଲେଜ କିମ୍ବା ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇପାରିବ। ଏହାର ଅର୍ଥ ଜଣେ ପିଏଚଡ଼ି କିମ୍ବା ରିସର୍ଚ୍ଚ ଅଭିଜ୍ଞତା ବିନା ଚୟନ ହୋଇ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବ । କଠିନ ପରିଶ୍ରମ ସତ୍ତ୍ୱେ ଅବହେଳିତ ବର୍ଗର ଛାତ୍ରଛାତୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧୁକାର ସିଟ୍ ପାଇବାରୁ ବଂଚିତ ହେବେ। ଆର୍ଏସ୍ଏସ୍‌ର କର୍ମକର୍ତା ଓ କର୍ପୋରେଟ୍ ଚାକିରୀରେ ଲାଭବାନ ହେବେ। ଏହି ଡ୍ରାଫ୍‌ଟରେ ସ୍ଥାନ ସଂରକ୍ଷଣ ସଂପର୍କରେ ସୂଚନା ନାହିଁ ଏବଂ ଅମେ ସମସ୍ତେ ଜାଣୁଯେ ଆଦିବାସୀ, ଦଳୀତ ଓ ପଛୁଆବର୍ଗର ପ୍ରତିନିଧିତ୍ କର୍ପୋରେଟ ଜଗତରେ ଆଦୌନାହିଁ । ଏଥିସହ ଏହି ନିୟମ ଦୃଷ୍ଟାନ୍ତମୂଳକ ଭାବେ ଶିକ୍ଷାର ମାନଙ୍କୁ କ୍ଷୁର୍ଣ୍ଣ କରିବ ।

ଜାତୀୟ ଶିକ୍ଷାନିତି ୨୦୨୦ ଏବଂ ୟୁଜିସି ଡ୍ରାଫ୍‌ଟ୍ ରେଗୁଲେସନ ୨୦୨୫ କେବଳ ଛାତ୍ରଛାତ୍ରୀମାନଙ୍କ ଠାରୁ ବିଶ୍ଵବିଦ୍ୟାଳୟକୁ ଦୂରେଇ ଦେବ ନାହିଁ। ଏହା ସାମ୍ବିଧାନିକ ମୂଲ୍ୟବୋଧ ନୀତିକୁ ମଧ୍ୟ ଆଘାତ କରିବ। ଛାତ୍ର କଂଗ୍ରେସର ଆହ୍ୱାନ ଓ ବାର୍ତାକୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ବୁଝନ୍ତୁ ଏବଂ ପ୍ରତିକ୍ରିୟା ଦିଅନ୍ତୁ । ଏହି ସବୁ ବିଶ୍ଵବିଦ୍ୟାଳୟ ଆମର ଏହାକୁ ସୁରକ୍ଷା କରିବା ମଧ୍ୟ ଆମର ଦାୟିତ୍ଵ । ଛାତ୍ର କଂଗ୍ରେସ ‘ଆମେ ବଦେଳିବା’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି। ଯେଉଁ ଅଭିଯାନର ଛାତ୍ର କଂଗ୍ରେସ କ୍ୟାମ୍ପସ ଆମ୍ବାସେତର ଭାବେ ଛାତ୍ରଛାତ୍ରୀମାନେ କାର୍ଯ୍ୟକରିବେ । ସେମାନଙ୍କର ସ୍ୱରକୁ ନିଜର ଶିକ୍ଷାନୁଷ୍ଠାନର ବ୍ୟକ୍ତ କରିପାରିବେ। ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନର ଅଂଶିଦାର ହୋଇ humbadlenge.in ନିଜର ନାମକରଣ ପଞ୍ଜିକରଣ କରିପାରିବେ । ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ପକ୍ଷରୁ ଆମର ଶିକ୍ଷା, ବିଶ୍ଵବିଦ୍ୟାଳୟ ଏବଂ ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦିଆଯାଇଛି ।