ପାଟଣା : କେନ୍ଦୁଝରର ପାଟଣା ବ୍ଲକ ସ୍ଥିତ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡିଆରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ଏଇଆଇଏନର ସହାୟତାରେ ଆଯୋଜିତ ହୋଇଥିଲା ୬ଟି ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଫୁଟବଲ୍ ପ୍ରତିଯୋଗିତା ।
ଏହି ପ୍ରତିଯୋଗିତାରେ କେନ୍ଦୁଝରର ପାଟଣା ବ୍ଲକର କେନ୍ଦେଇପୋଷିର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଡିଚାତରର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ପଲାଣଘାଟି ଉଚ୍ଚ ବିଦ୍ୟାଳୟ, ବଣମହୁଲଡିହାର ସୁନାମୁଖୀ ଉଚ୍ଚ ବିଦ୍ୟାଳୟ,ଓ ଘଟଗାଁ ବ୍ଲକର ବଡଜାମୁପୋଷିର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ବିଦ୍ୟାଳୟଗୁଡିକ ମଧ୍ୟରେ “ଖେଳିବା ଓ ବଢିବା”ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଖେଳ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ଳିଙ୍ଗସମାନତାକୁ ପ୍ରୋତ୍ସାହିତ କରିବା ସହିତ ଶାରୀରିକ ଏବଂ ମାନସିକ ସୁସ୍ଥତା ତଥା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସର ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ଉଦଘାଟନ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ନୃଶିଙ୍ଗ ନାଥ ସିଂ, ସାମ୍ବାଦିକ ବିଜୟ କୁମାର କାରୁ, ସାମ୍ବାଦିକ ସନ୍ତୋଷ କୁମାର ପତି ମୁରୁସୁଆଁର ସମିତି ସଭ୍ୟ ସୁଶୀଲ କୁମାର ସାହୁ, ମୁରୁସୁଆଁର ସରପଞ୍ଚ ହରିଶଙ୍କର ଦେହୁରି, ମୁରୁସୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ଵର ମହନ୍ତ, ପିଇଟି ଶିକ୍ଷକ ରଞ୍ଜନ କୁମାର ସାହୁ ଓ ଶିକ୍ଷୟତ୍ରୀ ପିଙ୍କି ମୁଣ୍ଡରୀ, ଅବସରପ୍ରାପ୍ତ ପିଇଟି ଶିକ୍ଷକ ରବୀନ୍ଦ୍ରନାଥ ସାହୁ, ପ୍ରମୁଖ ଯୋଗଦେଇ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ ।
ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ପ୍ରୋଗ୍ରାମ ମାନେଜର ଜ୍ୟୋତିଶଙ୍କର ମହାନ୍ତି ମଧ୍ୟ ଏଠାରେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷପର୍ଯ୍ୟାୟରେ ପାଟଣା ବ୍ଲକ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ଦଣ୍ଡପାଠ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁକାନ୍ତି ନାୟକ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିଥିଲେ ।
ପିକକ୍ ର କେନ୍ଦୁଝର ଜିଲ୍ଲା ସଂଯୋଜକ ସତ୍ୟ ମହନ୍ତ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଏହି ଅବସରରେ ପାର୍ଶ୍ଵକାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ଲିଙ୍ଗ ସମାନତା ଓ ନେତୃତ୍ଵର ବିକାଶ ସମ୍ବନ୍ଧିୟ ତାଲିମ ମଧ୍ୟ ପ୍ରଦାନ କରଯାଇଥିଲା । ଉପମା ମହାନ୍ତି, ମାନସୀ ଦାଶ ପ୍ରମୁଖ ଏହି ତାଲିମ କର୍ମଶାଳାର ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୯୦ରୁ ଉର୍ଦ୍ଧ ଛାତ୍ରୀ ଭାଗନେଇ ଥିଲେ । ଏହି ପ୍ରତିଯୋଗିତାର ରେଫରି ଭାବରେ ଲମ୍ବୋଧର ମହାନ୍ତ ଓ ସନ୍ତୋଷ ମହାକୁଡ ଖେଳର ପରିଚାଳନା କରିଥିଲେ ଓ ଭାଷ୍ୟକାର ଅରୁଣ କୁମାର ମହନ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକ୍ ର ଝସକେତନ, ପୂଜା, ଦ୍ରୌପଦୀ, ଗୋବିନ୍ଦ, ପରୀକ୍ଷିତ, ସୋନାଲୀ, ମେଘମାଳା, ସୁଚିତ୍ରା, ପ୍ରଭାତ ପ୍ରମୁଖ ପରିଚାଳନା କରିଥିଲେ ।