Home Forest ଚିଲିକାକୁ କମିଛି ପକ୍ଷୀଙ୍କ ଆଗମନ

ଚିଲିକାକୁ କମିଛି ପକ୍ଷୀଙ୍କ ଆଗମନ

ବ୍ରହ୍ମଗିରି : ଚିଲିକାରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିଲେ। ସେଥିମଧ୍ୟରେ ୧୦୯ଟି ବିଦେଶୀ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ ଟି ବିଦେଶୀ ପକ୍ଷୀ ଥିବା ବେଳେ ୮୭ ଟି ସ୍ଥାନୀୟ ପ୍ରଜାତିର ୪୦ ହଜାର ୦୨ ଟି ପକ୍ଷୀ ଚିଲିକାକୁ ଆସିଥିଲେ l

ଗଡ଼ୱlଲ ପ୍ରଜାତିର ୨ ଲକ୍ଷ ୧ ହଜାର ୯୨୬ଟି, ନରନ୍ଦନ ପିଙ୍ଗଟେଲ ପ୍ରଜାତିର ୧ ଲକ୍ଷ ୯୩ ହଜାର ୩୯୪ଟି, ବ୍ଲାକଟେଲ ପ୍ରଜାତିର ୬୮ହଜାର ୭୯ ଟି, ୯୨ ପ୍ରଜାତିର ସର୍ବାଧିକ ପକ୍ଷୀ ନଳବଣରେ ଦେଖାଦେଇଥିଲେ ୩ ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୦ ହଜାର ୫୩୧ କମ ପକ୍ଷୀ ଆସିଛନ୍ତି। ତେବେ ଏବର୍ଷ ଅଧିକ ୯ଟି ପ୍ରଜାତିର ପକ୍ଷୀ ଆସିଛନ୍ତି। ଗତ ବର୍ଷ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀ ନଳବଣରେ ଥିବାବେଳେ ଚଳିତ ବର୍ଷ ସେଠାରେ କମ ସଂଖ୍ୟକ ପକ୍ଷୀ ଦେଖାଦେଇଛନ୍ତି l ଏବର୍ଷ ଚିଲିକାର ଜଳସ୍ତର ବଢିଥିବାରୁ ପକ୍ଷୀଙ୍କ ସଂଖ୍ୟା କମିଥିବା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି।