Home Judiciary ଚିନ୍ତା ବଢାଉଛି ଅଦାଲତ ଅବମାନନା ମାମଲା

ଚିନ୍ତା ବଢାଉଛି ଅଦାଲତ ଅବମାନନା ମାମଲା

ଭୁବନେଶ୍ୱର : ଛଅ ବର୍ଷ ତଳର ଏକ ଅଦାଲତ ଅବମାନନା ମାମଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ଏବେ ସଚିବାଳୟର ବିଭିନ୍ନ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନ୍ଥରତା ଯୋଗୁ ପଦସ୍ଥ ଅଧିକାରୀମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଉଛି ।

ଏକ ନିଯୁକ୍ତି ମାମଲାରେ ସ୍ୟାଟ୍‍ ୨୦୧୭ ମସିହାରେ ଦେଇଥିବା ଆଦେଶର ଅନୁପାଳନ ନହେବାରୁ ଆବେଦନକାରୀ ଡାକ୍ତର ଶର୍ମିଷ୍ଠା ପାଢ଼ୀ ୨୦୧୮ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଇତିମଧ୍ୟରେ ୬ବର୍ଷ ସମୟ ଅତିକ୍ରମ କରିଯାଇଥିଲେ ମଧ୍ୟ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇନାହିଁ କିମ୍ବା ଏହା ବିରୋଧରେ ଉପର ଅଦାଲତରେ ମଧ୍ୟ ଆବେଦନ କରାଯାଇ ନାହିଁ । ଇତିମଧ୍ୟରେ ଅନେକ ଆଇଏଏସ୍‍ ଅଧିକାରୀ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱରେ ରହିଛନ୍ତି ।

ଜଣେ ବିଭାଗୀୟ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ସଚିବାଳୟରେ ଆବଶ୍ୟକତା ଠାରୁ କମ୍‍ ସଂଖ୍ୟକ କର୍ମଚାରୀ ଥିବା ଏବଂ ସରକାରୀ ମାମଲା ବିଶେଷ କରି ଅଦାଲତ ଅବମାନନା ମାମଲା ପ୍ରସଙ୍ଗରେ ଠିକଣା ମାର୍ଗ ଦର୍ଶନ ମିଳିପାରୁ ନଥିବାରୁ ଏଭଳି ସମସ୍ୟା ଲାଗି ରହୁଛି ।

ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ତୃତୀୟ ଶ୍ରେଣୀ ପାହ୍ୟାରେ କାର୍ଯ୍ୟ କରି କଟକ ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ଜାନକୀ ଦାସ ନାମ୍ନୀ ଜଣେ ୬୮ବର୍ଷ ବୟସ୍କା ଭିନ୍ନକ୍ଷମ ବୃଦ୍ଧା ୧୦ବର୍ଷ ଧରି ନିୟମିତ ପେନ୍‍ସନ୍‍ କିମ୍ବା ଗ୍ରାଚ୍ୟୁଟି ଆଦି ଅବସର କାଳିନୀ ପ୍ରାପ୍ୟ ପାଇପାରୁ ନାହାନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଗୁହାରି କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ପ୍ରାୟ ୮ମାସ ଧରି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ସେହିଭଳି ଡାକ୍ତର ନାରାୟଣ ପ୍ରସାଦ ବେହେରାଙ୍କ କାହାଣୀ । ଡାକ୍ତର ବେହେରା ମଧ୍ୟ କେବେଠାରୁ ଅବସର ଗ୍ରହଣ କରିସାରିଲେଣି । ଚାକିରିରେ ଥିବାବେଳେ ତାଙ୍କୁ ପଦୋନ୍ନତି ସୁଯୋଗରୁ ବଞ୍ôଚତ କରିବା ପାଇଁ ି ଷଡ଼ଯନ୍ତ୍ର ହୋଇଥିବା ଘେନି ଅଭିଯୋଗ ଆସିଥିଲା । ଡାକ୍ତର ବେହେରା ରୁଜୁ କରିଥିବା ମାମଲା ଇତିମଧ୍ୟରେ ହାଇକୋର୍ଟରେ ଫଇସଲା ହୋଇଛି । ହାଇକୋର୍ଟ ତାଙ୍କ ପ୍ରତି ହୋଇଥିବା ଦଣ୍ଡବିଧାନକୁ ବେଆଇନ୍‍ ଦର୍ଶାଇ ନାକଚ କରିଦେଇଥିଲେ ମଧ୍ୟ ସେହି ଆଧାରରେ ଡାକ୍ତର ବେହେରାଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ଆର୍ଥିକ ଫାଇଦା ଦିଆଯାଉନଥିବାରୁ ଏହି ପ୍ରସଙ୍ଗ ବି ଅଦାଲତ ଅବମାନନା ମାମଲାର ରୂପ ନେଇପାରେ ବୋଲି କୁହାଯାଉଛି ।

ସେହିଭଳି ଗତ ଜାନୁଆରୀ ମାସରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମୁତାବକ ନୟାଗଡ଼ ଜିଲ୍ଲାର ଶରଣକୂଳରୁ ଖୋର୍ଦ୍ଧା ଜିଲ୍ଳାର ବାଳକାଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇ ଆସିଥିବା ଜଣେ ମହିଳା ଦନ୍ତ ଚିକିତ୍ସକ କାର୍ଯ୍ୟରେ ଯୋଗ ଦେଇନପାରି ପ୍ରାୟ ୧୦ମାସ ଧରି ବିନା କାମ ଓ ବିନା ବେତନରେ ବୁଲୁଛନ୍ତି ।

ଓଏଏସ୍‍ ନିଯୁକ୍ତିରୁ ବଞ୍ôଚତ ହୋଇଥିବା ଜଣେ ମେଧାବୀ ପ୍ରାର୍ଥୀ ୨୦୧୯ରେ ସମସ୍ତଙ୍କୁ ଜଣାଇବା ପରେ ବାଧ୍ୟ ହୋଇ ଆଇନ୍‍ ଅଦାଲତରେ ମାମଲା ରୁଜୁ କରିଥିଲେ । ୨୦୨୩ ଡିସେମ୍ବରରେ ଓଡ଼ିଶା ହାଇକୋର୍ଟ ଏହି ମାମଲାରେ ବଞ୍ôଚତ ପ୍ରାର୍ଥୀଙ୍କୁ ନିଯୁକ୍ତି ସହିତ ଅନ୍ୟ ଯେଉଁସବୁ ଆର୍ôଥକ ଓ ଚାକିରି ସୁବିଧା ଦୁଇମାସ ମଧ୍ୟରେ ଦେବା ପାଇଁ କହିଥିଲେ ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ସ୍ପଷ୍ଟ ଭାବରେ ଏହି ମାମଲାରେ ରାଜ୍ୟ ସରକାର ୨୦୨୪ ମାର୍ଚ୍ଚ ସୁଦ୍ଧା ହାଇକୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ଯାବତ୍‍ କିନ୍ତୁ ଅନୁପାଳନ ରିପୋର୍ଟ ଦାଖଲ ହୋଇନଥିବା କଥା ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଏଭଳି ତାଲିକା ଢେର ଲମ୍ବା । (ତଥ୍ୟ)