ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ରାତ୍ରି ସମୟରେ ଗାଡି ଚାଳକମାନଙ୍କୁ ଚା’ ପିଆଇବା ବାବଦରେ ରାଜ୍ୟ ସରକାର ଦୁଇ ବର୍ଷରେ ସରକାରୀ ତହବିଲରୁ ୫ଲକ୍ଷ ୫୫ହଜାର ଟଙ୍କା ବ୍ୟୟ କରିଛନ୍ତି ।
ଏ ସଂକ୍ରାନ୍ତରେ ବିଧାୟକ କ୍ରଡ୍ରାକା ଆପାଲାସ୍ୱାମୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅନିଦ୍ରା ଜନିତ କ୍ଲାନ୍ତି ଦୂରକରିବା ଏବଂ ଏଥିଯୋଗୁଁ ଘଟୁଥିବା ସଡକ ଦୁର୍ଘଟଣା ଏଡାଇବାପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କ ଦ୍ୱାରା ଭାରିଯାନ ଚାଳକମାନଙ୍କ ପାଇଁ ମାଗଣା ଚା’ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୦୨୩-୨୪ ବର୍ଷରେ ୧ଲକ୍ଷ ୮୫ ହଜାର ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ୩ଲକ୍ଷ ୭୦ହଜାର ଟଙ୍କା ବ୍ୟୟ କରାଯାଇଛି ।
ସାଧାରଣତଃ ଏହି ବ୍ୟବସ୍ଥା ମାଧ୍ୟମରେ ଡିସେମ୍ବର ମାସ ୧୫ ତାରିଖରୁ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ସମୟରେ କାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ରାସ୍ତାପାଶ୍ୱର୍ରେ ଥିବା କୌଣସି ଢାବାକୁ ଦାୟିତ୍ୱ ଦିଆଯାଇ ନାହିଁ । ପ୍ରବର୍ତ୍ତନ ଅଧିକାରୀଙ୍କ ଉପସ୍ଥିତିରେ ଯେକୌଣସି ଏକ ଚା’ ଦୋକାନରୁ ଡ୍ରାଇଭରମାନଙ୍କ ପାଇଁ ଚା’ ବ୍ୟବସ୍ଥା କରାଯାଇଥାଏ । (ତଥ୍ୟ)

