Home News in Odia ଘେରିବ ବିଜେପି ମହିଳାମୋର୍ଚ୍ଚା

ଘେରିବ ବିଜେପି ମହିଳାମୋର୍ଚ୍ଚା

ଭୁବନେଶ୍ୱର : ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ମା ଓ ଭଉଣୀମାନେ ନ୍ୟାୟ ପାଇବା ସାତ ସ୍ୱପ୍ନ । ଏନସିଆରବି ରିପୋର୍ଟ-୨୦୨୧ରେ ଏହା ସ୍ପଷ୍ଟ ଉଲ୍ଳେଖ ରହିଛି । ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ ବୋଲି କହିଛନ୍ତି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଏନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଆଗାମୀ ଦିନରେ ଏହି ବିରୋଧରେ ଆନ୍ଦୋଳନ ପର୍ଯ୍ୟାୟ କ୍ରମରେ କରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ସୂଚନାଥାଉ କି, ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ବ୍ୟବସ୍ଥା ଓ ପକ୍ଷପାତିତା କାରଣରୁ ଲୋକେ ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ବସିଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବାରୁ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ଗତ ୬ ଓ ୭ ତାରିଖ ଦୁଇଦିନ ଧରି ସଭା କରି ଏନସିଆରବି ରିପୋର୍ଟ ତର୍ଜମା କବାର ନିଷ୍ପତି ହୋଇଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ସେହିପରି ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ୭ ଓ ୮ତାରିଖ ଦିନ ମହିଳା ଯାତ୍ରା ଓ ସାଧାରଣ ସଭା ଏବଂ ପରବର୍ତୀ ପର୍ଯ୍ୟାୟରେ ମଣ୍ଡଳ ସ୍ତରରେ ଦସ୍ତଖତ ଅଭିଯାନ କରିବାର ନିଷ୍ପତି ହୋଇଛି ।