Home Administration ଗୁରୁବାର ସକାଳେ ଖୋଲିବ ଚାରି ଦ୍ୱାର

ଗୁରୁବାର ସକାଳେ ଖୋଲିବ ଚାରି ଦ୍ୱାର

ଭୁବନେଶ୍ୱର : ଆସନ୍ତା କାଲି ଗୁରୁବାର ସକାଳେ ମଙ୍ଗଳ ଆଳତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବ । ନବଗଠିତ ସରକାରର ଆଜି ପ୍ରଥମ କ୍ୟାବିନେଟ୍‍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ପୂର୍ବରୁ ସିଂହଦ୍ୱାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଖୋଲା ଥିବାବେଳେ ପଶ୍ଚିମଦ୍ୱାର କେବଳ ପୁରୀବାସୀଙ୍କ ପାଇଁ ଖୋଲା ରହୁଥିଲା । ତେବେ ପରିକ୍ରମା କାର୍ଯ୍ୟ କାଳୟରେ ଉତ୍ତର ଓ ଦକ୍ଷିଣ ଦ୍ୱାର ଦୀର୍ଘଦିନ ଧରି ବନ୍ଦ ରହିଥିଲା ।

ଗୁରୁବାର ସକାଳୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିବେ । ଏଥିପାଇଁ ଆଜି ରାତିରେ ସମସ୍ତେ ପୁରୀ ଯାତ୍ରା କରିଛନ୍ତି । ସେଠାରେ ରାତ୍ରୀଯାପନ କରିବା ସହିତ ଚାରି ଦ୍ୱାରା ଫିଟା ସମୟରେ ଉପସ୍ଥିତ ରହିବେ ।

ସେହିଭଳି ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ମଞ୍ଜୁରୀକୁ କ୍ୟାବିନେଟ୍‍ ସବୁଜ ସଙ୍କେତ ପ୍ରଦାନ କରିଛି । ଧାନର ସର୍ବନିମ୍ନ ସହାୟକ ମୂଲଞ ୩୧୦୦ ଟଙ୍କା କରିବାପାଇଁ ଏକ କମିଟି ଗଠନ କରାଯିବ ଏବଂ ୧୦୦ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

ପୂର୍ବ ଘୋଷଣା ଅନୁଯାୟୀ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର ଭାଉଚର ପ୍ରଦାନ କରାଯିବ । ଶହେ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯ।।ଇଛି ।