Home News in Odia ଗାଡ଼ି ମାଲିକଙ୍କ ଠାରୁ ଜିଜିଆ କର ଆଦାୟ

ଗାଡ଼ି ମାଲିକଙ୍କ ଠାରୁ ଜିଜିଆ କର ଆଦାୟ

ଭୁବନେଶ୍ୱର : ରାଜ୍ୟ ସରକାର ଗାଡ଼ି ମାଲିକଙ୍କ ଠାରୁ ଜିଜିଆକର ଆଦାୟ କରୁଛନ୍ତି । ଏବେ ପ୍ରଦ୍ୟୁଷଣ ସାର୍ଟିଫିକେଟ ନାମରେ ଦୁଇ ଚକିଆ, ଚାରି ଚକିଆ ଏବଂ ସମସ୍ତ ଯାନର ମାଲିକଙ୍କ ଠାରୁ ମଶାଭଳି ରକ୍ତ ଶୋଷଣ କରୁଛନ୍ତି । ପ୍ରଦ୍ୟୁଷଣ ସାର୍ଟିଫିକେଟ ନାମରେ ବିଭିନ୍ନ ଗାଡ଼ି ଉପରେ ଥିବା ମାତ୍ରାଧିକ ଫାଇନ ଦେବାକୁ ବାଧ୍ୟ କରାଯାଉଥିବା କହିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ଲୋକଙ୍କୁ ସଚେତନ କରାନଯାଇ ମନଇଛା ଫାଇନ ଲାଗୁ କରାଯାଇଛି । ଏପଟେ କୁହାଯାଉଛି ଯେ ଯଦି ଫାଇନ ନଦେବ ତେବେ ପ୍ରଦ୍ୟୁଷଣ ସାର୍ଟିଫିକେଟ ଦିଆଯିବ ନାହିଁ । ପୁଣି କୁହାଯାଉଛି ଯେ ଯଦି ପ୍ରଦ୍ୟୁଷଣ ସାର୍ଟିଫିକେଟ ନଥିବ ତେବେ ପେଟ୍ରୋଲ ଟାଙ୍କିରେ ତେଲ ମଧ୍ୟ ମିଳିବ ନାହିଁ । ତେଣୁ ଏହା ଏକ ଜନହିତୈଷୀ ସରକାର ନା ଜନବିରୋଧି ସରକାର?

ଯାହାର ଗାଡ଼ିର ମୂଲ୍ୟ ୨୦ ହଜାର ଟଙ୍କା ତାହା ଉପରେ ଫାଇନ ୨୫ ହଜାର ଟଙ୍କା କରାଯାଉଛି । ଯାହା ଫଳରେ ଗାଡ଼ି ମାଲିକ ତାହା ଗାଡ଼ି ଆଉ ଚଲାଇବା ପାଇଁ ସକ୍ଷମ ହୋଇପାରିବ ନାହିଁ । ଲୋକଙ୍କୁ ହଇରାଣ ହରକତ କରି ଫାଇନ ଆଦାୟ କରିବାକୁ ବରଦାସ୍ତ କରାଯିବ ନାହିଁ । ପ୍ରଦ୍ୟୁଷଣ ସାର୍ଟିଫିକେଟ ଇସ୍ୟୁରେ ଗାଡ଼ି ଉପରେ ଥିବା ଫାଇନ ଏକ ପ୍ରସଙ୍ଗ ନହେଉ ।

ସମସ୍ତଙ୍କ ଗାଡ଼ି ପରୀକ୍ଷା କରି ଏକ ସୁଲଭ ମୂଲ୍ୟରେ ପ୍ରଦ୍ୟୁଷଣ ସାର୍ଟିଫିକେଟ ଇସ୍ୟୁ କରିବାପାଇଁ ଯୁବ କଂଗ୍ରେସ ଦାବି କରିଛି । ଯଦି ସରକାର ଗାଡ଼ି ଉପରେ ଥିବା ଫାଇନ ପୂରଣ କରିବାପରେ ପ୍ରଦ୍ୟୁଷଣ ସାର୍ଟିଫିକେଟ ଇସ୍ୟୁ କରିବାର ନିଷ୍ପତ୍ତିରେ ଅଟଳ ରୁହନ୍ତି ତେବେ ଯୁବ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ । ସରକାର ତାଙ୍କ ନିଷ୍ପତ୍ତିରେ ପୁର୍ନବିଚାର କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ ବିଶ୍ୱାଳ, ୟାସିର ନୱାଜ, ଜାଭେଦ ଅକତର ଓ କେଦାର ଦଳାଇ ଉପସ୍ଥିତ ଥିଲେ ।