Home General ଗନ୍ଧମାର୍ଦ୍ଦନ ଆସିବାକୁ ଶାହାଙ୍କୁ ନିମନ୍ତ୍ରଣ

ଗନ୍ଧମାର୍ଦ୍ଦନ ଆସିବାକୁ ଶାହାଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ : ସାଂସଦ ପ୍ରଦୀପ ପୁରୋହିତ ଆଜି ସଂସଦରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଏଥି ସହିତ ଶ୍ରୀ ପୁରୋହିତ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ ।

ଓଡିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲ୍ଲାର ଲୋକଙ୍କ ସମ୍ବଲପୁରୀ – କୋଶଳି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ  ବ୍ୟାକରଣ ଥିବାରୁ ସମ୍ବଲପୁରୀ – କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦର ସାମିଲ କରିବା ଓ ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସଂପତ୍ତି ର ମାନ୍ଯତା ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଶ୍ରୀ ପୁରୋହିତ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଗନ୍ଧମାର୍ଦ୍ଦନ ଅଞ୍ଚଳ ପରିଦର୍ଶନରେ ଆସିବା ପାଇଁ ସହମତି ପ୍ରକାଶ କରିଥିବା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।