Home Media ଗଣମାଧ୍ୟମରେ ପରିବର୍ତନ ଆଣିବ ଡିଜିଟାଲାଇଜେସନ୍

ଗଣମାଧ୍ୟମରେ ପରିବର୍ତନ ଆଣିବ ଡିଜିଟାଲାଇଜେସନ୍

ଭୁବନେଶ୍ୱର : ଡିଜିଟାଲାଇଜେସନ୍ ଦ୍ୱାରା ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମ ପରିଭାଷାରେ ପରବର୍ତନ ହେବ । ପ୍ରମେୟ ଇଂରାଜୀ ନ୍ୟୁଜ ପୋର୍ଟାଲର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକମାନେ ଏହି ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱବ୍ୟାପୀ ଜନସାଧାରଣ ଏବେ ଡିଜିଟାଲ୍ ମୁହାଁ ଏବଂ ସ୍ମାର୍ଟଫୋନ୍ ଖବର ସଂଗ୍ରହର ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି ମତ ବ୍ୟକ୍ତ କରିଛନ୍ତି ଲୋକପ୍ରିୟ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ର ପ୍ରତିଷ୍ଠାତା ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ।

ପ୍ରଫେସର ନାୟକ ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ଡିଜିଟାଲ୍ ୱିଙ୍ଗ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ କମ୍ ସମୟ ମଧ୍ୟରେ ଏହି ଟିମ୍ ସଫଳତାର ଶିଖରକୁ ଛୁଇଁଛି ବୋଲି କହିଛନ୍ତି । ଲୋକାଭିମୁଖୀ ଓ ତଥ୍ୟ ଆଧାରିତ ସମ୍ବାଦ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଫେସର ନାୟକ ଟିମ୍‌ର ସଦସ୍ୟମାନଙ୍କୁ ଉପଦେଶ ଦେଇଥିଲେ ।

ଅଧିକ ଲୋକ ଏବେ ଖବର ଜାଣିବା ପାଇଁ ମୋବାଇଲ ଫୋନକୁ ଭରସା କରୁଛନ୍ତି । କାରଣ ବର୍ତମାନ ଡିଜିଟାଲ୍ ଯୁଗରେ ହାତ ପାହାନ୍ତାରେ ସମସ୍ତ ଖବର ଉପଲବ୍ଧ ହୋଇପାରୁଛି ବୋଲି କହିଥିଲେ ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର ଏବଂ ପ୍ରମେୟ-ନ୍ୟୁଜ ୭ ଗ୍ରୁପର କନସଲ୍‌ଟିଂ ଏଡିଟର୍ (ଡିଜିଟାଲ୍‌) ସୁବ୍ରତ ଦାସ ।

ଖବର ଅନ୍ୱେଷଣ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତମାନ ଏହି ପ୍ରକ୍ରିୟା ପ୍ରାୟତଃ ଦେଖିବାକୁ ମିଳୁନାହିଁ କାରଣ ଖୁବ୍ ସହଜରେ ଖବର ମିଳୁଯାଉଛି । ପ୍ରମେୟନ୍ୟୁଜ୭.କମ୍ ଟିମକୁ ତଥ୍ୟଭିତିକ ଏବଂ ତାଜା ଖବର ଦେବା ପାଇଁ ସେ ଉପଦେଶ ଦେଇଥିଲେ ।

ଏହି ଅବସରରେ ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡର ସିଇଓ ଶ୍ରୀ ସୁନୀଲ୍ ଦାସ ସୂଚନା ଦେଇଥିଲେ ଯେ ଗତ ଏପ୍ରିଲ୍ ଏବଂ ମେ ମାସ ମଧ୍ୟରେ କୋଭିଡ-୧୯ ସମ୍ବନ୍ଧୀୟ ଖବର ସମେତ ମହାମାରୀ ସମ୍ପର୍କିତ ବିସ୍ତୃତ ଖବର ପ୍ରସାରଣ ଯୋଗୁଁ ଇଂରାଜୀ ପୋର୍ଟାଲ୍‌ର ପାଠକଙ୍କ ସଂଖ୍ୟ ୩ ଗୁଣା ବୃଦ୍ଧି ପାଇଛି ।

ନ୍ୟୁଜ୍ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ଟିମ୍ ସ୍ପିରିଟକୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ ।