ଭୁବନେଶ୍ୱର: ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ଲ କମିଶନ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଅଧ୍ୟକ୍ଷ ଜଷ୍ଟିସ୍ ରଥ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି।
ଲ କମିଶନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ରହିବେ।
ଆଇନ ବିଭାଗର ପ୍ରମୁଖ ସଚିବ ମଧ୍ୟ ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ।
ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ରଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।
ଆଇନ ବିଭାଗର ଅତିରିକ୍ତ ସଚିବ ହେଉଛନ୍ତି ରାଜ୍ୟ ଆଇନ ଆୟୋଗର ସଦସ୍ୟ ସଚିବ।