Home Assembly ଖାଲି ପଡିଛି ୪୭୩ଟି ଓଏଏସ୍‍ ପଦବୀ

ଖାଲି ପଡିଛି ୪୭୩ଟି ଓଏଏସ୍‍ ପଦବୀ

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା (ଓଏଏସ୍‍) ପାହ୍ୟାରେ ୪୭୩ ପଦବୀ ଖାଲି ପଡିଛି । ଓଡିଶା ଅର୍ଥସେବାରେ ୨୭୦ ପଦବୀ ଖାଲି ପଡିଥିବାବେଳେ ଓଡିଶା ଜଙ୍ଗଲ ସେବାରେ ୫୭୯ ପଦବୀ ଖାଲି ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ରାଜ୍ୟରେ ପ୍ରଶାସନିକ ସେବା କ୍ଷେତ୍ରରେ ଖାଲି ପଡିଥିବା ପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ରାଜ୍ୟରେ ମୋଟ୍‍ ୨୨୪୮ଟି ମଞ୍ଜୁରୀପ୍ରାପ୍ତ ଓଏଏସ୍‍ ପଦବୀ ଥିବାବେଳେ ସେଥିରେ ୧୭୭୫ ଜଣ କାର୍ଯ୍ୟରତ ଅଛନ୍ତି । ୪୭୩ଟି ପଦବୀ ଖାଲି ପଡିଛି । ତେବେ କନିଷ୍ଠ ଓଏଏସ୍‍ ବର୍ଗରେ ସର୍ବାଧିକ ପଦବୀ ଖାଲି ରହିଛି ।

ସେହିଭଳି ଓଡିଶା ଅର୍ଥସେବା (ଓଏଫ୍‍ଏସ୍‍) ରେ ୧୧୭୨ଟି ମଞ୍ଜୁରୀପ୍ରାପ୍ତ ପଦବୀରେ ୯୦୨ ଜଣ କାର୍ଯ୍ୟରତ ଥିବାବେଳେ ୨୭୦ଟି ପଦବୀ ଖାଲି ପଡିଛିା ଓଏଏସ୍‍ ପାହ୍ୟା ଭଳି ଏଠାରେର ମଧ୍ୟ କନିଷ୍ଠ ବର୍ଗରେ ୨ଶହରୁ ଅଧିକ ପଦବୀ ଖାଲି ପହିଛି । ଓଡିଶା ଜଙ୍ଗଲ ସେବା (ଓଏଫ୍‍ଏସ୍‍)ରେ ସର୍ବାଧିକ ୫୭୯ଟି ପଦବୀ ଖାଲି ରହିଛି । ଏହି ବର୍ଗରେ ୧୦୫୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ମାତ୍ର ୪୭୯ଜଣ କାର୍ଯ୍ୟ କରୁଛନ୍ତି । ଜଙ୍ଗଲ ସେବାରେ ସବୁ ପାହ୍ୟାରେ ପଦବୀ ଖାଲି ରହିଛି ।

ସେହିଭଳି ରାଜ୍ୟରେ ଭାରତୀୟ ପୁଲିସ୍‍ ସେବା (ଆଇପିଏସ୍‍) ର ୧୯୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୬୮ଟି ଖାଲି ପଡିଛି । ଓଡିଶା କ୍ୟାଡରର ୨୨ଜଣ ଆଇପିଏସ୍‍ ଅଫିସର କେନ୍ଦ୍ର ଓ ଅନ୍ୟ ରାଜ୍ୟ କ୍ୟାଡରକୁ ଯାଇଛନ୍ତି । ସେହିଭଳି ୨୩ଜଣ ଆଇଏଏସ୍‍ ଓ ୯ଜଣ ଆଇଏଫ୍‍ଏସ୍‍ ଅଫିସର କେନ୍ଦ୍ରଓ ଅନ୍ୟ ରାଜ୍ୟ କ୍ୟାଡରକୁ ଯାଇଛନ୍ତି । ଅନ୍ୟ ରାଜ୍ୟ କ୍ୟାଡରର ୨ଜଣ ଆଇଏଏସ୍‍ଅଫିସର ଓଡିଶାରେ କାର୍ଯ୍ୟରତ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।