Home Education କ୍ୟାମ୍ପସ ନିଯୁକ୍ତିରେ ଓୟୁଟିଆର ଆଗୁଆ

କ୍ୟାମ୍ପସ ନିଯୁକ୍ତିରେ ଓୟୁଟିଆର ଆଗୁଆ

ଭୁବନେଶ୍ୱର : ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଯାନ୍ତ୍ରିକ ମହାବିଦ୍ୟାଳୟ ମଧ୍ୟରୁ ଭୁବନେଶ୍ୱର ଠାରେ ଥିବା ଓୟୁଟିଆରର କ୍ୟାମ୍ପସ୍‍ ନିଯୁକ୍ତ ହାର ସର୍ବାଧିକ ରହିଛି । ଏଠାରେ ଶେଷ ବର୍ଷରେ ଅଧ୍ୟୟନ କରୁଥିବା ୭୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି ।

ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓୟୁଟିଆରରେ ସର୍ବାଧିକ କ୍ୟାମ୍ପସ ନିଯୁକ୍ତି ସୁଯୋଗ ଥିବାବେଳେ ସରାଙ୍ଗ ସ୍ଥିତ ଆଇଜିଆଇଟିରେ ୬୫ ପ୍ରତିଶତ, ବୁର୍ଲା ଭିସୁଟ୍‍ରେ ୬୦.୨୨ ପ୍ରତିଶତ, କେନ୍ଦୁଝରର ଜିଇସିରେ ୫୬.୫୬ ପ୍ରତିଶତ, କଳାହାଣ୍ଡି ଜିଇସିରେ ୫୩.୬୯ ପ୍ରତିଶତ ଏବଂ ବ୍ରହ୍ମପୁର ସ୍ଥିତ ପିଏମ୍‍ଇସିରେ ଏହା ୪୧.୧୦ ପ୍ରତିଶତ ରହିଛି ।

ସେହଭଳି ୨୦୨୩-୨୪ ଶିକ୍ଷାବର୍ଷରେ ୩୫ଟି ସରକାରୀ ପଲିଟେକ୍‍ନିକ୍‍ରେ କ୍ୟାମ୍ପସ ନିଯୁକ୍ତି ସୁଯୋଗ ହାର ୫୪.୪୮ ପ୍ରତିଶତ ଥିବାବେଳେ ୭୨ଟି ସରକାରୀ ଆଇଟିଆଇରେ ଏହିହାର ୩୬.୪୧ ପ୍ରତିଶତ ରହିଛି ।

ସେହିଭଳି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦକ୍ଷତା ବିକାଶ ଓ ବୈଠକ ବିଭାଗ ଅଧିନରେ େ୩ଟି ସରକାରୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ, ୪ଟିସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଏବଂ୨୫ଟି ସରକାରୀ ଯନ୍ତ୍ରିକ ବିଦ୍ୟାଳୟ ରହିଛି । ସେହିଭଳି ରାଜ୍ୟରେ ୫ଟି ବେସରକାରୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ, ୭୨ଟି ବେସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ୧୨୫ଟି ବେସରକାରୀ ଯାନ୍ତ୍ରିକ ବିଦ୍ୟାଳୟ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)