ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା କ୍ୟାଟରିଂ ଆସୋସିଏସନ୍ ର ଆଜି ବାର୍ଷିକ ସାଧାରଣ ସଭା ସହ ସାଧାରଣ ନିର୍ବାଚନ ସମ୍ପନ୍ନ ହୋଇଛି। ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ର ୧୫୦ ରୁ ଉର୍ଦ୍ଧ କ୍ୟାଟରିଂ ବ୍ୟବସାୟୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ତା ର ଯଥାବିଧି ସମାଧାନ ଉପରେ ଆଲୋକପାତ କରିଥିଲେ।
କ୍ୟାଟରିଂ ଆସୋସିଏସନ୍ ଅଫ ଓଡ଼ିଶା ର ଅଧକ୍ଷ, ଅନୁପ କୁମାର ବାଗାଇ, ସଭାପତି, ବିନୟ ଭୂଷଣ ପଟ୍ଟନାୟକ ଓ ସମ୍ପାଦକ, ଦେବୀ ପ୍ରସାଦ ରଥ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। କ୍ୟାଟରିଂ ବ୍ୟବସାୟକୁ ଉଦ୍ୟୋଗ ର ମାନ୍ୟତା ଦେବା ପାଇଁ ସଂଘ ର ସଭ୍ୟମାନେ ଦାବି ଜଣାଇଥିଲେ। ସମ୍ମାନୀୟ ଅତିଥି ରୂପେ ଓସଏମଇ, ର ସାଧାରଣ ସମ୍ପାଦକ ସାତ୍ତ୍ୱିକ ସ୍ୱାଇଁ ଓ ଶମ୍ଭୁନାଥ ପଟ୍ଟନାୟକ ଉପସ୍ଥିତ ରହିଥିଲେ।
ଆଗାମୀ ଦୁଇ ବର୍ଷ ପାଇଁ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ରେ ଅଶ୍ଵିନୀ କୁମାର ମହାପାତ୍ର ସଭାପତି, ତଥା ସୁଶାନ୍ତ କୁମାର ଦାସ ଓ ଦୀପକ କୁମାର ସିଂହ ଉପ ସଭାପତି, ବୃନ୍ଦାବନ ମିଶ୍ର ସାଧାରଣ ସମ୍ପାଦକ, ରବୀନ୍ଦ୍ର କୁମାର ପାତ୍ର କାର୍ଯକାରୀ ସମ୍ପାଦକ, ଶ୍ରୀକାନ୍ତ ପଟ୍ଟନାୟକ ଓ ସଞ୍ଜୟ କୁମାର ପଣ୍ଡା ଯୁଗ୍ମ ସମ୍ପାଦକ, ନିଶିଥ କୁମାର ସାହୁ କୋଷାଧ୍ୟକ୍ଷ ରୂପେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସଂଘ ର ଉପଦେଷ୍ଟା ରୂପେ ପ୍ରବୋଧ କୁମାର ଦାସ ଓ ସୁଶାନ୍ତ କୁମାର ମିଶ୍ର କାର୍ଯ ତୁଲାଇବେ। ସଭା ଶେଷରେ ବରିଷ୍ଠ ସଭ୍ୟ ଗୁରୁ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।