Home General କୌତୁକ ପୋଷାକରେ ସଚେତନତାର ବାର୍ତ୍ତା

କୌତୁକ ପୋଷାକରେ ସଚେତନତାର ବାର୍ତ୍ତା

ଭୁବନେଶ୍ଵର: ପିକକ୍ ଶିଶୁମେଳାର ଦ୍ଵିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୌତୁକ ପୋଷାକ ପ୍ରତିଯୋଗୀତା ଓ ପିଲାମାନଙ୍କର ଦେଶଭକ୍ତି ଗୀତରେ ନୃତ୍ୟ ନୃତ୍ୟ ଉତ୍ସବ । ବିଭିନ୍ନ ପ୍ରକାରର ବେଶ ପୋଷାକରେ ସୁସଜ୍ଜିତ ହୋଇ ପିଲାମାନେ ପରିବେଶ, ସାମାଜିକ ସମସ୍ୟା ଆଦି ବିଷୟ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ ।

ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପ୍ରତିଯୋଗୀତାର ବିଚାରକ ଭାବେ ସୁମିତ୍ରା ତ୍ରିପାଠୀ, ଉଷାରାଣୀ ବେହେରା, ନଳିନୀ ପ୍ରଧାନ, ଅନ୍ନପୂର୍ଣା ମହାନ୍ତି  ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ଓଡିଶା ରେରାର ମେମ୍ବର ତଥା ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ବିଶ୍ଵାଳ, ଆଇଏଏସ,ବରିଷ୍ଟ ସାମ୍ବାଦିକ ଯତୀନ୍ଦ୍ର ଦାସ,ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ମୀନାକ୍ଷୀ ବେହେରାଓ ସମାଜସେବୀଇପ୍ସିତା ଦାସ ପିଲାମାନଙ୍କୁ ଉତ୍ସାହିତ କରି ସେମାନଙ୍କର ଭବିଷ୍ୟତର ଉନ୍ନତି ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଶ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଓ ଅନୁରାଧା ମହାନ୍ତି ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ ।  ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଆଜି ସନ୍ଧ୍ୟାର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ଥିଲା ଦେଶଭକ୍ତି ଗୀତରେ ନୃତ୍ୟ ଉତ୍ସବ । ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତଭିକି ଡ୍ୟାନ୍ସ ଗୃପ, କୋକିଳା ଡ୍ୟାନ୍ସ ଏକାଡେମୀ, ଲକ୍ଷ୍ୟ ଡ୍ୟାନ୍ସ ଗୃପ, ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ଲର୍ନିଙ୍ଗ ସେଣ୍ଟର,ବାଲିଅନ୍ତାର ପୁରୁଣାଝିଇଁଟିର ସାର୍ଥକ କିଶୋରକିଶୋରୀ ଗୃପ ଓ ବାରିଜଙ୍ଗର ପ୍ରତିଭା କିଶୋରକିଶୋରୀ ଗୃପରପିଲାମାନଙ୍କର ଚିତ୍ତାକର୍ଷକ ନୃତ୍ୟ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି,ପୂଜା ପଣ୍ଡା, ବାମଦେବ ଜେନା, ବିଷ୍ଣୁପ୍ରିୟା ମହାପାତ୍ର,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।