Home General କେଜିଆଇ କରିବ କଳିଙ୍ଗ ଫାବ ଲାବ

କେଜିଆଇ କରିବ କଳିଙ୍ଗ ଫାବ ଲାବ

ଭୁବନେଶ୍ୱର:ଯାଜପୁର ତଥା ରାଜ୍ୟର ଅଗ୍ରଣୀ ଶିକ୍ଷନୁଷ୍ଠାନ ସମୂହ କଳିଙ୍ଗ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ(କେଜିଆଇ) ସବୁବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇ ଆଜି ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଯାଜପୁରରେ ଏକ ଅତ୍ୟାଧୁନିକ ଫେବ୍ରିକେସନ ଲାବ ଯାହାକି”କଳିଙ୍ଗ ଫାବ ଲାବ” ନାମରେ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି।

ଏହି ଲାବ କୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ କଳିଙ୍ଗନଗର ପଲିଟେକ୍ନିକର ନୂଆଦିଲ୍ଲୀ  କାରଖାନା କମ୍ପାନୀ ସହ ଏକ ଚୁକ୍ତି ସ୍ବାକ୍ଷର ଗତକାଲି କେଜିଆଇ ର ଭୁବନେଶ୍ୱର ସ୍ଥିତ ଅଫିସ ରେ ହୋଇଯାଇଛି।

ଏହି ଅବସରରେ କେଜିଆଇ ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଉପସ୍ଥିତ ରହି ଯାଜପୁର ରେ ପ୍ରଥମ କରି ଏହି ଇନୋଭେସନ ଲ୍ୟାବ ଛାତ୍ରଛାତ୍ରୀ  ଦକ୍ଷତା କୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରତିପାଦନ କରିବାକୁ ବହୁତ ସହାୟକ ହେବ ବୋଲି କହିଥିଲେ।କାରଖାନା ର ମୁଖ୍ୟ ସିଦ୍ଧାର୍ଥ ଭଟର ଯାଜପୁର ରେ ଏମିତି ଏକ ଲ୍ୟାବ କରି ସେହି ଜିଲ୍ଲା ତଥା ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଏମିତି ଏକ ସୁଯୋଗ କେଜିଆଇ ଦେଇଥିବାରୁ ଧନ୍ୟବାଦ ଦେବା ସହ ଲ୍ୟାବ କାର୍ଯ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି।

ଏହି ଚୁକ୍ତି ସ୍ଵାକ୍ଷର ସମୟରେ କେଜିଆଇ ର ମୁଖ୍ୟ ପ୍ରଶାସନିକ ଅଧିକାରୀ ବିଜୟ ପ୍ରସାଦ ନାୟକ, ଇଣ୍ଟରୋ ହବ ର ମୁଖ୍ୟ ଅଭିଳାଷ ପତି, କ୍ରେଙ୍ଗ ଏଜୁକେସନ ର ମୁଖ୍ୟ ଅମୀୟ ମିଶ୍ର,ଶ୍ରୀଯୁକ୍ତ ନନ୍ଦନ ,ପ୍ରିୟରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।