Home Education କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ

କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ

ସୁନ୍ଦରଗଡ: ଜାମକାନି କୋଇଲା ଖଣି ତରଫରୁ ହେମଗିରି ବ୍ଲକ୍ , ଗିରିସୀମା  ବିଦ୍ୟାଳୟର  ମେଧାବୃତ୍ତି ପରୀକ୍ଷା ରେ କୃତୀ  ଅର୍ଜନ  କରିଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପାଳନ କରା ଯାଇ ଅଛି । ଏହି ସମ୍ଵର୍ଦ୍ଧନା ଉତ୍ସବରେ  ମୁଖ୍ୟ ଅତିଥିଭାବେ ବେଦାନ୍ତ ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଣୟ ଶତପଥୀ ଯୋଗ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସ୍କୁଲ ବ୍ୟାଗ୍ ଏବଂ  ପଠନ ସାମଗ୍ରୀ ବଣ୍ଟନ  କରିଥିଲେ । ସେହିପରି ଭାବେ ଅନ୍ୟତମ ଅତିଥିଭାବେ ବି.ଜି ଆର  ଇନଫ୍ରାର  ଜାମକାନି  ପ୍ରକଳ୍ପ ମୁଖ୍ୟ ଶ୍ରୀ ଏମ୍ ଭି ଏସ୍ ଏସ୍  ବର୍ମା  ଯୋଗ ଦେଇ  ବିଦ୍ୟାଳୟର  ଉନ୍ନତିରେ ଜାମକାନି  କୋଇଲା ଖଣିର  ସହଯୋଗକୁ ଦର୍ଶାଇବା ସହ  ଅତିରିକ୍ତ ଶିକ୍ଷକର ସହାୟତା ଦ୍ଵାରା  ଛାତ୍ରଛାତ୍ରୀଙ୍କ  ଶିକ୍ଷା କ୍ଷେତ୍ରରେ ଉନ୍ନତିକୁ  ପ୍ରସଂଶା କରିଥିଲେ ।

ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ଅନୁମୋଦିତ କମିଟି ସଭ୍ୟ ଶ୍ରୀ  ପ୍ରଦୀପ ପଧାନ, ଶ୍ରୀ ସନକ ବାରିକ , ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ଶ୍ରୀ ଜଳ ପଧାନ  ପ୍ରମୁଖ  କମ୍ପାନୀର ଏଭଳି ଜନହିତକର କାର୍ଯ୍ୟର ପ୍ରସଂଶା କରି ଥିଲେ  l ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ ଉକ୍ତ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟ ପ୍ରତି  ବେଦାନ୍ତ ଏବଂ  ବି ଜି ଆର  କମ୍ପାନୀ ସର୍ବଦା ଧ୍ୟାନ ଦେଇ ଆସୁଥିବା କହିଥିଲେ  ।

ଏହି ଅବସରରେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ସୁଶ୍ରୀ  ଶ୍ରୀ ପଧାନ, ନମିତା କିସାନ  ଓ  ସ୍ଵାଧୀନ ସା  ଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସିଦ୍ଧାର୍ଥ ବେହେରା, ଶ୍ରୀ ସନ୍ତୋଷ ବେହେରା, ଶ୍ରୀ ମଦନ ପଧାନ, ଗିରିସୀମା  ବିଦ୍ୟାଳୟର  ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଙ୍ଗନବାଡି  ଦିଦି ଏବଂ ସହାୟକାମାନେ ଉପସ୍ଥିତ ଥିଲେ ।

କମ୍ପାନି ତରଫରୁ  ଉକ୍ତ ଅଞ୍ଚଳରେ ଶିକ୍ଷାର ଉନ୍ନତି ନିମନ୍ତେ  ବିଦ୍ୟାଳୟରେ  ସ୍କୁଲ ଡେସ୍କ ଏବଂ ବେଞ୍ଚ , ଜଳ ବିଶୁଦ୍ଧକରଣ  ମେସିନ୍ , ପରିବେଶ ଅନୁକୂଳଳ  ଶୌଚାଳୟ ଆଦି ଯୋଗାଇ ଦିଆ ଯାଇଅଛି l