ଭୁବନେଶ୍ୱର : କେନ୍ଦ୍ର ସରକାର କୁରୁମ୍ପୁରୀ-ରାଜ ଖରିଆର ମଧ୍ୟରେ ୧୦୩.୫୨ କିଲୋମିଟର ଲମ୍ବା ରାସ୍ତାର ବିକାଶ ପାଇଁ ୪୪୭ କୋଟି ୧୧ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ଘୋଷଣା କରିଛନ୍ତି। ଏହି ରାସ୍ତା ଜାତୀୟ ରାଜପଥ ୩୫୩ ଓ ୫୯ ଦେଇ ନୂଆପଡା ଓ ବଲାଙ୍ଗୀରକୁ ସଂଯୋଗ କରୁଛି।
ଏହି ଆନ୍ତଃରାଜ୍ୟ ପ୍ରକଳ୍ପ ଛତିଶଗଡର ରାୟପୁର ଓ ଓଡିଶାକୁ ସଂଯୋଗ କରୁଛି। ଏହାଦ୍ବାରା ବ୍ରହ୍ମପୁର ଓ ଗୋପାଳପୁର ପୋର୍ଟ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ। ଏଥିସହିତ ଏହି ପ୍ରକଳ୍ପ ଶେଷ ହେବା ପରେ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ମାଲ ପରିବହନ କାର୍ଯ୍ୟ ବି ତ୍ବରାନ୍ବିତ ହେବ।
ଏହି ପ୍ରକଳ୍ପ ଜରିଆରେ ବ୍ଲାକସ୍ପଟଗୁଡିକର ପୁନଃଚିହ୍ନଟ ସାଙ୍ଗକୁ ଦୁଇଚକିଆ ଯାନର ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ଏହି ପ୍ରକଳ୍ପ ଦାରିଙ୍ଗବାଡି, ସୁନାବେଢା ଅଭୟାରଣ୍ୟ ଭଳି ପର୍ଯ୍ୟଟନସ୍ଥଳୀ ଓ ଅର୍ଥନୈତିକ କରିଡରର ବିକାଶରେ ମଧ୍ୟ ସହଯୋଗ କରିବ। କେନ୍ଦ୍ର ସରକାରଙ୍କ ଏହି କରିଡର ବିକାଶ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

