Home General କୁକୁଡା ମାଂସ, ଅଣ୍ଡା ଏବେ ସମ୍ପୂର୍ଣ୍ଣ ନିରାପଦ

କୁକୁଡା ମାଂସ, ଅଣ୍ଡା ଏବେ ସମ୍ପୂର୍ଣ୍ଣ ନିରାପଦ

ଭୁବନେଶ୍ୱର : ରାଜ୍ୟରୁ ବାର୍ଡ ଫ୍ଲୁ ଭୟ ଦୂର ହୋଇଛି ଏବଂ ଲୋକମାନେ ପୂର୍ବଭଳି ବିନା ଭୟରେ କୁକୁଡା ମାଂସ ଓ ଅଣ୍ଡା ଖାଇବା ଆରମ୍ଭ କରିଛନ୍ତି । କୁକୁଡା ଚାଷ ପୂର୍ବସ୍ଥିତିକୁ ଫେରିଛି । ଲୋକଙ୍କ ମନରୁ ବାର୍ଡ ଫ୍ଲୁର ଭୟ ଦୂର ପାଇଁ ସହଯୋଗ କରିଥିବାରୁ ରାଜ୍ୟ ସରକାରଙ୍କ ପ୍ରାଣି ସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ସ୍ୱତନ୍ତ୍ର ଭାବେ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛି ରାଜ୍ୟ କୁକୁଡା ଚାଷୀ ମହାସଂଘ ।

ମହାସଂଘ ପକ୍ଷରୁ ଆଜି ଏଠାରେ ଆୟୋଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ କେନ୍ଦ୍ରାପଡାର ହାତ ଗଣତି କୋତୋଟି ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା । ରାଜ୍ୟ ସରକାର ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନିୟନ୍ତ୍ରଣ କରିବାରୁ ଏହା ଅନ୍ୟ ସ୍ଥାନକୁ ବ୍ୟାପିପାରିନଥିଲା । ଅନ୍ୟ ଅଞ୍ଚଳର କୁକୁଡା ମାଂସ ଓ ଅଣ୍ଡା ସମ୍ପୂର୍ଣ୍ଣ ନିରାପଦ ଥିଲା । ତେବେ ଲୋକେ ବାର୍ଡ ଫ୍ଲୁ ଭୟରେ ସେଗୁଡିକୁ ମଧ୍ୟ ଖାଇନଥିଲେ । ତେବେ ଇତି ମଧ୍ୟରେ ରାଜ୍ୟରେ ଆଉ ବାର୍ଡ ଫ୍ଲୁର ଭୟ ନାହିଁ । କୁକୁଡା ମାଂସ ଓ ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ । ଲୋକେ ପୂର୍ବଭଳି ଆଗ୍ରହର ସହିତଏହାକୁ ଖାଇବା ଆରମ୍ଭ କରିଛନ୍ତି ।

ତେବେ ଲୋକଙ୍କ ମନରୁ ଭୟ ଦୂର ପାଇଁ ମହାସଂଘ ପକ୍ଷରୁ ଯେଉଁ ପ୍ରୟାସ ହୋଇଥିଲା ସେଥିରେ ଗଣମାଧ୍ୟମର ବଡ ଭୂମିକା ରହିଥିଲା । ସଠିକ୍‍ ଖବର ଲୋକଙ୍କ ପାଖରେ ପହଞ୍ଚିବାରୁ ସେମାନଙ୍କ ମନରୁ ଭୟ ଦୂର ହୋଇଥିଲା । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଜଣାଇଛି ମହାସଂଘ । ଇତି ମଧ୍ୟରେ ପ୍ରାଣୀସମ୍ପଦ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ବାର୍ଡ ଫ୍ଲୁ ନଥିବା ଘୋଷଣା କରିବା ସହିତ କୁକୁଡା ମାଂସ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ ବୋଲି କହିଛନ୍ତି ।

ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ୪୦ହଜାର କୁକୁଡା ଫାର୍ମ ଥିବାବେଳେ ଏଥିରେ ପ୍ରତ୍ୟକ୍ଷ ଓ ପରୋଧ ଭାବେ ୧୨ଲକ୍ଷ ଲୋକ ଜଡିତ । ଏହି ଶିଳ୍ପରେ ୧୦୦ କୋଟି ଟଙ୍କାର ବ୍ୟବସାୟ ହେଉଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଜୀବିକା ଏହା ଉପରେ ନିର୍ଭରଶୀଳ । ତେଣୁ ଏଭଳି ଏକ ନିଯୁକ୍ତିଭିତ୍ତିକ ଶିଳ୍ପକୁ ସହାୟତା କରିଥିବାରୁ ମହାସଂଘ ପକ୍ଷରୁ ଧନ୍ୟବାଦ ଦିଆଯିବା ସହିତ ଆଗାମୀ ଦିନରେ ସହଯୋଗ ଜାରି ରଖିବାକୁ କୁହାଯ।।ଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ ଜ୍ୟୋତିକାନ୍ତ ମହାପାତ୍ର, ଡକ୍ଟର ହରମୋହନ ଦାସ, ଏଲ ସରୋଜ ପାତ୍ର, ପ୍ରବୋଧ କୁମାର ସାହାଣୀ, ପ୍ରକାଶ କୁମାର ନାୟକ ପ୍ରମୁଖ ସାମ୍ବାଦିକମାନଙ୍କୁ ରାଜ୍ୟରେ କୁକୁଡା ଚାଷର ସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।