ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍ -୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗନଗର ପୋଲିସ ଫାଣ୍ଡି ଉଦ୍ଘାଟିତ ହୋଇଯାଇଛି ।
ଦ୍ୱୈତ ନଗରୀରର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍ନାଲ୍ କମିଶନର ଅଫ୍ ପୋଲିସ ଶ୍ରୀ ବ୍ରିଜେସ୍ କୁମାର ରାୟ, ଡିସିପି ଶ୍ରୀ ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉପସ୍ଥିତ ଥିଲେ ।
ଏହି ଅଂଚଳରେ ଉଭୟ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର ରହିଛି ଓ ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ରୋଗୀ ଏହି ଦୁଇ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆସୁଛନ୍ତି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ପୋଲିସ୍ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ଏହି ଅବସରରେ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।
ଭରତପୁର ଥାନା ଅଧିନରେ ଏହି ଫାଣ୍ଡିଟି କାର୍ଯ୍ୟ କରିବ ବୋଲି କହିବା ସହ ଏଠାରେ ଦୁଇଜଣ ଅଫିସର ଓ ୬ ରୁ ୮ ଜଣ କନେଷ୍ଟବଳ ରହିବେ ଏବଂ ଗୋଟିଏ ପୋଲିସ୍ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।
କଳିଙ୍ଗନଗର ଓ କଳିଙ୍ଗ ବିହାର ଅଂଚଳରେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଫାଣ୍ଡି ଆରମ୍ଭ କରାଯାଇଥିବା ବୋଲି ସେ କହିଥିଲେ ।
ଏହି ଫାଣ୍ଡିର ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏହି ଅବସରରେ ଜୋନ୍ ୫ ଅଂଚଳ ଅଧିନସ୍ଥ ଥାନାର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।