Home Industry କନକ୍ଲେଭ ପାଇଁ ୧୧,୬୦୦ ରୁ ଅଧିକ ପଞ୍ଜିକରଣ

କନକ୍ଲେଭ ପାଇଁ ୧୧,୬୦୦ ରୁ ଅଧିକ ପଞ୍ଜିକରଣ

ଭୁବନେଶ୍ୱର : ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ ରେ ଭାଗ ନେବା ପାଇଁ ସରକାର ଏ ପର୍ଯ୍ୟନ୍ତ ୧୧,୬୦୦ ରୁ ଅଧିକ ପଞ୍ଜିକରଣ ଗ୍ରହଣ କରିସାରିଛନ୍ତି।  ଏଠାରେ ଉଲେଖ୍ୟଯୋଗ୍ୟ ଯେ,ଏହି କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେବାକୁ ଯାଉଛନ୍ତି । ଆୟୋଜିତ ହେବାକୁ ଥିବା ଏହି କନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ ହୋଇଛି।

କନକ୍ଲେଭ-୨୦୨୨, ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, “ ଓଡ଼ିଶା ସରକାର ଏକ ବୃହତ ତଥା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଠାରେ ଏହି କନକ୍ଲେଭ ର ସଫଳ ନିରୁପଣ ହେବାକୁ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ୨୨ଟି ବିଭାଗ ପକ୍ଷରୁ କାର୍ଯ୍ୟଭାର ଗ୍ରହଣ କରାଯାଇଛି। ଏହା ସହ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଛନ୍ତି ଯେ , MIO ପୋର୍ଟାଲରେ ପ୍ରତିନିଧୀ ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ସେକ୍ଟରାଲ୍ ଅଧିବେଶନ, ସ୍ପିକର ତାଲିକା ସମ୍ବନ୍ଧୀୟ ବିବରଣୀ ଉପଲବ୍ଧ ରହିଛି।

ମେକ୍ ଇନ୍ ଓଡିଶା କନକ୍ଲେଭ୍’୨୨କୁ ଅଧିକରୁ ଅଧିକ ଲୋକ ମାନଙ୍କୁ ଅବଗତ କରିବା ସହ ଏହାକୁ ତ୍ଵରାନିତ କରିବା ପାଇଁ ଗତ ତିନିମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୋଏମ୍ବାଟୁର, ଜାମସେଦପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ନୁଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ତଥା ବିଭିନ୍ନ ମେଟ୍ରୋ ସହର ଏବଂ ଦୁବାଇରେ ମଧ୍ୟ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହି ସମସ୍ତ ରୋଡ୍ ଶୋରୁ ବହୁଳ ଭାବରେ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ କନକ୍ଲେଭ କର୍ପୋରେଟ୍ ଇଣ୍ଡିଆରୁ ବହୁଳ ଭାବରେ ଅଂଶଗ୍ରହଣ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଏହି କନକ୍ଲେଭରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ,  ଶ୍ରୀ ଏଲ ଏନ ମିତ୍ତଲ,  ଆର୍ସେଲର ମିତ୍ତଲ, ଶ୍ରୀ କୁମାର ମଙ୍ଗଲମ ବିର୍ଲା, ଚେୟାରମ୍ୟାନ୍, ଆଦିତ୍ୟ ବିର୍ଲା ଗ୍ରୁପ, ବେଦାନ୍ତ ରିସୋର୍ସ ଲିମିଟେଡ, ଶ୍ରୀ ଅନିଲ ଅଗ୍ରୱାଲ, ଚେୟାରମ୍ୟାନ୍, ଜେଏସଡବ୍ଲୁ ଗ୍ରୁପ୍, ଶ୍ରୀ ସଜନ ଜିନ୍ଦଲ, ପ୍ରତିଷ୍ଠିତ କର୍ପୋରେଟ୍  ନବୀନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସପିଏଲ୍, ଶ୍ରୀ ଟି ଭି ନରେନ୍ଦ୍ରନ୍, ସିଇଓ ତଥା ଏମ୍ଡି, ଟାଟା ଷ୍ଟିଲ୍।  ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ପ୍ରତିନିଧୀମାନେ ମଧ୍ୟ ଏହି ସମାରୋହ ରେ ଯୋଗଦେବେ ।

ମେକ୍ ଇନ୍ ଓଡିଶା କନକ୍ଲେଭ ହେଉଛି ଓଡିଶାର ଏକ ବହୁ ଗୁରୁତ୍ବପୂର୍ଣ୍ଣ ନିବେଶ ସମ୍ମିଳନୀ । ଏହି କାର୍ଯ୍ୟକ୍ରମ ୩୦ ନଭେମ୍ବର ୨୦୨୨ ରୁ ୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଇଛି। ଏହା ୨୦୧୬ ଏବଂ ୨୦୧୮ ରେ ଆୟୋଜିତ ହୋଇଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ।