Home Assembly କଟକରୁ ୧୮୦୦ କିଲୋ ପଲିଥିନ୍‍ ଜବତ

କଟକରୁ ୧୮୦୦ କିଲୋ ପଲିଥିନ୍‍ ଜବତ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ୪ତାରିଖ ସୁଦ୍ଧା କେବଳ କଟକ ଜିଲ୍ଲାରୁ ୧୮୦୦ କେଜି ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ ହେଲାଣି । ଝାରସୁଗୁଡା ଜିଲ୍ଲାରେ ଏହି ପରିମାଣ ୧୫୦ କେଜି ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ପ୍ରଥମେ ୨୦୧୮ ସେପ୍ଟେମ୍ବର ୨୯ ତାରିଖ ଠାରୁ ଓ ପରବର୍ତ୍ତୀ ସମୟରେ ୨୦୧୯ ସେପ୍ଟେମ୍ବର ଓ ୨୦୨୨ ଫେବୃୟାରୀ ରେ ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସମେତ ଅନ୍ୟାନ୍ୟ ନିମ୍ନମାନରମ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । କଟକଣା ଲାଗିବାପରେ ମଧ୍ୟ ଏପରିକି ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟି ରାଜ୍ୟରେ ବ୍ୟବହାର ହେଉଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି । ଏଭଳି ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବ୍ୟବହାର ନିଷେଧ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ରେ ଖୋର୍ଦ୍ଧା ଜିଲ୍ଲାରେ ୪୦୧୯ କିଲୋ ଏକକ ବ୍ୟହହୃତ ପ୍ଲାଷ୍ଟିକ ଜବତ ହୋିଇଥିବାବେଳେ ସମ୍ବଲପୁରରୁ ୧୭୭ କେଜି, କୋରାପୁଟରୁ ୨୫୧ କେଜି, ଗଜପତିରୁ ୨୨୮ କେଜି ଜବତ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।