ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଅଧ୍ୟକ୍ଷ ଭାବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ଦେଇଛନ୍ତି ।
ସେହିଭଳି ଏହି କମିଟିରେ ବିସ୍ମୟ ମହାପାତ୍ର, ଜିନେଶ ଦାଶ, ପ୍ରକାଶ ମିଶ୍ର, ସଂଜୟ ତ୍ରିପାଠୀ ଓ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ।
ଅନ୍ୟ ପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସରୁ ଫେରିଛନ୍ତି । ନିଜ ପରିବାର ସହିତ ନୂଆଦିଲ୍ଲୀ ଠାରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ ଓ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଉପସ୍ଥିତିରେ ଶ୍ରୀ ଗମାଙ୍ଗ ପତ୍ନ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗଙ୍କ ସହିତ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଦୀର୍ଘଦିନ ଧରି କଂଗ୍ରେସ ସାଂସଦ ଥିବା ଶ୍ରୀ ଗମାଙ୍ଗ କେନ୍ଦ୍ରରେ ମନ୍ତ୍ରୀ ରହିବା ସହିତ ସ୍ୱଳ୍ପ ସମୟ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ହେଲେ ପରେ ଅସନ୍ତୁଷ୍ଟ ହୋଇ ବିଜେପି ଓ ଏହାପରେ ବିଆରଏସରେ ଯୋଗ ଦେଇଥିଲେ । ହେଲେ ଉଭୟ ଦଳରେ ସେଭଳି କିଛି ସଫଳତା ନପାଇବାପରେ ପୁଣି ଥରେ ତାଙ୍କର ଘରବାହୁଡା ହୋଇଛି ।