Home Election କଂଗ୍ରେସର ପ୍ରାର୍ଥୀ ଘୋଷଣା

କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : କଂଗ୍ରେସ ଆଜି ଦୁଇ ସାଂସଦଙ୍କ ସହିତ ୮ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ଦୁଇଟି ଆସନରେ ଦଳ ପ୍ରାର୍ଥୀ ବଦଳ କରିଛି ।

ଘୋଷିତ ତାଲିକାରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ କଟକରୁ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ପୂର୍ବତନ ସାଂସଦ ଶ୍ରୀ ପ୍ରଧାନ ବିଜେଡି ଛାଡି ଦୁଇ ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିଲେ ।

ସେହିଭଳି ୮ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଜଳେଶ୍ୱରରୁ ଦେବୀ ପ୍ରସାଦ ଚାନ୍ଦ, ବାଲେଶ୍ୱରରୁ ଶ୍ରୀମତୀ ମୋନାଲିସା ଲେଙ୍କା, ବଡଚଣାରୁ ଅଜୟ ସାମଲ, ପାଲଲହଡାରୁ ଫକୀର ସାମଲ, ବାରବାଟୀ-କଟକରୁ ସୋଫିଆ ଫିରଦୋସ, ଜଗତସିଂହପୁରରୁ ଶ୍ରମତୀ ପ୍ରତିମା ମଲ୍ଲିକ ରହିଛନ୍ତି ।

ସେହିଭଳି କଂଗ୍ରେସ ବାରିପଦା ଆସନରେ ପୂର୍ବରୁ ପ୍ରାର୍ଥୀ କରିଥିବା ବାଦଲ ହେମ୍ବ୍ରମଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଟିକଟ ଦେଇଛି । ଖଣ୍ଡପଡା ବିଧାନସଭା ଆସନ ପାଇଁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି ।