Home General ଓଡ଼ିଶା ୱାନ୍ ପୋର୍ଟାଲକୁ ସଫଳତା

ଓଡ଼ିଶା ୱାନ୍ ପୋର୍ଟାଲକୁ ସଫଳତା

ଭୁବନେଶ୍ୱର : ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଶତପ୍ରତିଶତ ସଫଳତା ମିଳିଛି । ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍ ଓଡ଼ିଶା ୱାନ୍ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି ।

ଆଜି ଅର୍ଥାତ୍, ୯ ଅକ୍ଟୋବର ୨୦୨୩ ‘‘ନେସନାଲ ଇ-ଗଭର୍ଣ୍ଣାନ୍ସ ସର୍ଭିସ ଡେଲିଭରୀ ଆସେସମେଣ୍ଟ (ଏନଇଏସଡିଏ)ର ଭବିଷ୍ୟତ ଯୋଜନା’’- ଦେଶରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ଏବଂ ଇ-ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସେବା ଅଧିକାର କମିସନରଙ୍କ ସହ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନାରେ ଏ ସମ୍ପର୍କରେ ତଥ୍ୟ ମିଳିପାରିଛି।

ଆରଟିଏସ ମୁଖ୍ୟ କମିଶନରମାନଙ୍କୁ ବିଭାଗ ଦ୍ୱାରା ନିଆଯାଇଥିବା “ଏନଇଏସଡିଏ ଭବିଷ୍ୟତ ଯୋଜନା” ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଇଁ ବିଭାଗ ଦ୍ୱାରା ଛଅଟି ଏନଇଏସଡିଏ ଭବିଷ୍ୟତ ଯୋଜନାର ମାସିକ ରିପୋର୍ଟ ଜାରି କରାଯାଇଛି।

ଏହି ରିପୋର୍ଟରେ ଏନଇଏସଡିଏ ଭବିଷ୍ୟତ ଯୋଜନା ଡ୍ୟାସବୋର୍ଡରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦାନ କରାଯାଉଥିବା ଇ-ସେବା ସଂଖ୍ୟା ଏବଂ ବାଧ୍ୟତାମୂଳକ ଇ-ସେବାର ଆଧାର ଧାର୍ଯ୍ୟ କରାଯାଇଛି। ଏହା ସାକ୍ଷାତମୁକ୍ତ ବା ଫେସଲେସ୍, ସ୍ୱତଃ ସେବା ପ୍ରଦାନ ଏବଂ ସମନ୍ୱିତ ସେବା ଯୋଗାଣ ପୋର୍ଟାଲର ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥାଏ।

କେବଳ ସେତିକି ନୁହେଁ, ଏହି ରିପୋର୍ଟରେ କ୍ଷେତ୍ରଭିତ୍ତିକ ଇ-ସେବାର ଆକଳନ ଓ ତୁଳନା କରାଯିବା ସହ ଅଫଲାଇନ୍ ସେବାକୁ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ନିର୍ଦ୍ଦିଷ୍ଟ ସୁଯୋଗ ଉପରେ ଆଲୋକପାତ କରାଯାଇଛି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଦ୍ୱାରା ମୋଟ୍ ୧୪,୭୩୬ ଇସେବା ଯୋଗାଇ ଦିଆଯାଉଛି ।

୨୦୧୬ଟି ବାଧ୍ୟତାମୂଳକ ଇ-ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୫୦୫ଟି ଇ-ସେବା ଯୋଗାଇ ଦେଇ ୭୪.୫% ଲକ୍ଷ୍ୟ ହାସଲ କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ୧୪ ହଜାର ୭୩୬ଟି ଇସେବା ଯୋଗାଇ ଦିଆଯାଉଥିବା ବେଳେ ଜମ୍ମୁ ଓ କଶ୍ମୀରରେ ସବୁଠୁ ଅଧିକ ୧୦୨୮ଟି ଇ-ସେବା ପ୍ରଦାନ କରାଯାଉଛି । ଓଡ଼ିଶା ବ୍ୟତୀତ କେରଳ (ଇ-ଉନ୍ନତ) ଓ ଜମ୍ମୁକାଶ୍ମୀର (ଇ-ସେବାନାମ) ଶତପ୍ରତିଶତ ଇ-ସେବା ଯୋଗାଇବାରେ ସଫଳ ହୋଇଛନ୍ତି।