Home General ଓଡିଶା ମୁହାଁ ବାତ୍ୟା

ଓଡିଶା ମୁହାଁ ବାତ୍ୟା

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୫ଟା ୩୦ରେ ୧୫.୪° ଉତ୍ତର ଅକ୍ଷାଂଶ ଓ ୯୧.୨° ପୂର୍ବ ଦ୍ରାଘିମା, ପାରାଦୀପ (ଓଡ଼ିଶା) ଠାରୁ ପ୍ରାୟ ୭୩୦ କିଲୋମିଟର ରହିଛି ।

ସେହିଭଳି ଦକ୍ଷିଣ-ଦକ୍ଷିଣ ପୂର୍ବ, ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ଠାରୁ ୭୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ଖେପୁପଡ଼ା (ବାଂଲାଦେଶ)ର ୭୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ କେନ୍ଦ୍ରୀଭୂତ ହୋଇଥିଲା।

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୩ ଅକ୍ଟୋବର ୨୦୨୪ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି।

ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ଏହି ଘୂର୍ଣ୍ଣିବଳୟ ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଅକ୍ଟୋବର ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରି ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହଥିବା ଭାରତୀୟ ପାଣିପାଗ ସୂଚନା ଦେଇଛି ।