ଭୁବନେଶ୍ୱର : ଓଡିଶା ମଦମୁକ୍ତ ହୋଇପାରିଲେ ଏହାର ପ୍ରକୃର ଉନ୍ନତି ସମ୍ଭବ ଓ ଏଥିପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ, ଦୃଢ ଇଚ୍ଛାଶକ୍ତି ତଥା ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଭୁବନେଶ୍ୱରର ଗୀତା ଗୋବିନ୍ଦ ସଦନରେ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍)ର ୩୫ତମ ବାର୍ଷିକୀ ଏବଂ ୩୬ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ଗାନ୍ଧୀବାଦୀ, ସ୍ତମ୍ଭକାର, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକ ମଦର ଶରୀର ତଥା ସମାଜ ଉପରେ କ୍ଷତିକାରୀ ପ୍ରଭାବ ଉପରେ ବିଶେଷ ଭାବରେ ଆଲୋଚନା କରିବା ସହିତ ଓଡିଶା ମଦ ମୁକ୍ତ ହେଲେ ହିଂସା ମୁକ୍ତ ହେବ ବୋଲି ନିଜର ମତ ରଖିଥିଲେ ଓ ଏକ ମଦ ମୁକ୍ତ ସମାଜ ଗଠନ ପାଇଁ ଆହ୍ଵାନ ଦେଇଥିଲେ ।
ଉତ୍ସବରେ ଯୋଗ ଦେଇ ସମ୍ବାଦର ପ୍ରତିଷ୍ଠାତା ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ର ଅଧକ୍ଷ୍ୟ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୌମ୍ଯ ରଞ୍ଜନ ପଟ୍ଟନାୟକ ସମାଜର ପଛୁଆବର୍ଗ ଉନ୍ନତି ତଥା ଶିଶୁ ଶ୍ରମର ଉଚ୍ଛେଦ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ପିକକ୍ କୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଆମେ ସମସ୍ତେ ନିଜର ଅତୀତରେ ପଢୁଥିବା ବିଦ୍ୟାଳୟ କୁ ଫେରି ଏହାର ସ୍ଥିତି ଅନୁଧ୍ୟାନ କରିବା ଆବଶ୍ୟକ. ଏଥି ସହିତ ଶିକ୍ଷାର ବିକାଶ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଆମେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଅବସରପ୍ରାପ୍ତ ଯୁଗ୍ମ ଶ୍ରମ କମିଶନର ଶ୍ରୀଯୁକ୍ତ ଅଜୟ କୁମାର ପଟ୍ଟନାୟକ, ବରିଷ୍ଟ ସମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ, ସିୱାଏସଡି ର ସହପ୍ରତିଷ୍ଠତା ଶ୍ରୀଯୁକ୍ତ ଜଗଦାନନ୍ଦ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ସହିତ ୩୫ ବର୍ଷ ପୂର୍ତ୍ତି ଅବସରରେ ପିକକ୍ କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ପିକକ୍ ର ଅଧ୍ୟକ୍ଷା ଡଃ ମିନାକ୍ଷୀ ପଣ୍ଡାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ସହିତ ପିକକ୍ ର ୩୫ ବର୍ଷର ଅନୁଭୂତି କହିଥିଲେ ଓ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପିକକ୍ ଶିଶୁ ଅଧିକାର ପାଇଁ ଗୁଡୱିଲ ଆମ୍ବାସଡର ତଥା ଶିଶୁ କଳାକାର ତାପସ କୁମାର ଷଢଙ୍ଗୀ ଏବଂ ଶିଶୁ କଳାକାର ସୁହାନା କର ଓ ଯୁବ ପ୍ରତିନିଧି ମିଲୋନି ମିଶ୍ର ମଧ୍ୟ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ। ପିକକ୍ ର ନିର୍ଦ୍ଦେଶିକା ତଥା ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷା ତଥା ପିକକ୍ ର ନିର୍ଦ୍ଦେଶିକା ଡଃ ସ୍ନେହପ୍ରଭା ସାମନ୍ତରାୟ, ପିକକ୍ ର କୋଷାଧକ୍ଷା ରତ୍ନା ଦାଶ, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପିକକ୍ ର ଯୁଗ୍ମ ସମ୍ପାଦିକା ବନ୍ଦିତା ଦାସ, ପିକକ୍ ର ପରିଚାଳନା କମିଟିର ସଦସ୍ୟା ଆହୁତି ବରାଳ ଓ ଶର୍ମିଲା ସାହୁ, ବରିଷ୍ଟ ସାମ୍ବାଦିକ ମାଧବାନନ୍ଦ ବେହୁରା, ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକର ଦେବିଦତ୍ତ ଦାସ, ଇନରହ୍ଵିଲ କ୍ଲବ ର ପ୍ରତିଭା ନଲିନୀ ପତି, ମଧୁମିତା ଦାସ, ବିଜିଭିଏସର ଊଷରାଣୀ ବେହେରା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପିକକ୍ ୩୫ ବର୍ଷର କାର୍ଯ୍ୟକ୍ରମ କୁ ନେଇ ସଙ୍କଳିତ ଏକ ପୁସ୍ତକ “ଟଚିଙ୍ଗ୍ ଲାଇଭ୍” ର ଉନ୍ମୋଚନ ହୋଇଥିଲା । ଶୁଭଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।
ପ୍ରଥମ ଅଧିବେଶନରେ ପରିବେଶ ଅନୁକୂଳ ଜୀବନଶୈଳୀ ଏବଂ ସବୁଜ ଅଭ୍ୟାସ ସମ୍ପର୍କିତ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଯୋଗ ଦେଇ ଓଡିଶା ପରିବେଶ ସୋସାଇଟିର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡଃ ଜୟକୃଷ୍ଣ ପାଣିଗ୍ରାହୀ ଜଳବାୟୁ ପରିବର୍ତ୍ତନ ଏବଂ ବ୍ୟକ୍ତିଗତ କାର୍ଯ୍ୟକଳାପ ଉପରେ ବକ୍ତବ୍ୟ ରଖିଥିଲେ। ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ସ୍ଥାୟୀ ଫ୍ୟାଶନ୍ ଉପରେ ଏବଂ ଓୟୁଏଟି ଭୁବନେଶ୍ୱରର ଗୃହ ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ସ୍ନେହଲତା ନନ୍ଦ ସ୍ଥାୟୀ ଖାଦ୍ୟ ପସନ୍ଦ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜନା ରେଡିଓ ସମ୍ପର୍କ ର ନିର୍ଦ୍ଦେଶିକା ତଥା ଇକୋସେଭର୍ସର ପ୍ରତିଷ୍ଠାତା ସଭାପତି ସୁଶ୍ରୀ ଶୈଲାନୀ ସୁମନ ସଂଯୋଜନା କରିଥିଲା ଓ ଇକୋସେଭର୍ସର ରାଜ୍ୟ ସଭାପତି ସ୍ତୁତି ରଞ୍ଜନ ପ୍ରଧାନ ଏଥିରେ ସ୍ଵାଗତ ଭାଷଣ ଦେଇ ଏହାର ଆଭିମୁଖ୍ୟ ସମ୍ବଧରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ପିକକ୍ ର ସ୍ଵେଚ୍ଛାସେବୀ, କର୍ମକର୍ତ୍ତା, ପୂର୍ବତନ କର୍ମକର୍ତ୍ତା, ଶୁଭେଛୁ, ବୁଦ୍ଧିଜୀବୀ ଙ୍କ ସମେତ ଏହାର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ ପ୍ରତିନିଧି, ଯୁବ ପ୍ରତିନିଧି, ଶିଶୁ ଓ କିଶୋର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପିକକ୍ ର ଜ୍ୟୋତିଶଙ୍କର, ପାଣୁ, ସୁମିତ୍ରା, ଅଳ୍ପନା, ପୂଜା, ଉପମା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।