ନୂଆଦିଲ୍ଲୀ : ଓଡିଶାକୁ ରେଳବାଇରେ ପୂର୍ବ ସରକାର ତୁଳନାରେ ଅଧିକ ବଜେଟ ପ୍ରାବଧାନ କରାଯିବ ସହ ରେଳ ଲାଇନ ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଛି। ୨୦୦୯-୧୦ ତୁଳନାରେ ୧୩ ଗୁଣ ଅଧିକ ବ୍ୟୟବରାଦ ହୋଇଥିବା ବେଳେ ପ୍ରକଳ୍ପ କାମ ମଧ୍ୟ ତିନିଗୁଣା ବଢିଛି ବୋଲି ଆଜି ଲୋକସଭାରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଜୁନ।ଗଡ଼ ଓ ନବରଙ୍ଗପୁର ନୂଆ ରେଳ ଲ।ଇନ, ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, ଜୟପୁର-ମ।ଲକ।ନଗିରି ନୂଆ ରେଳ ଲ।ଇନ ପ୍ରକଳ୍ପ ସମେତ ଓଡ଼ିଶ।ର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବିଷୟରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭ।ରେ ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ, ୧୧୬ କିଲୋମିଟର ଲମ୍ବା ଜୁନାଗଡ଼-ନବରଙ୍ଗପୁର ନୂତନ ରେଳ ଲାଇନ କାମ ପାଇଁ ୨,୮୬୫ କୋଟି ଟଙ୍କ। ବ୍ୟୟ ଅଟକଳ କର।ଯ।ଇଛି। ଏହି ପ୍ରକଳ୍ପକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବରେ ଅଧିସୂଚିତ କରାଯାଇଛି ।
ସେହିପରି ୪୧ କିଲୋମିଟର ଲମ୍ବ ନବରଙ୍ଗପୁର-ଜୟପୁର ନୂତନ ଲାଇନ ପ୍ରକଳ୍ପକୁ ୭୪୮ କୋଟି ଟଙ୍କ। ଅଟକଳ ସହିତ ଖର୍ଚ୍ଚ ସହଭାଗିତ। ଭିତ୍ତିରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ପାଇଁ ଜମି ଓଡ଼ିଶା ସରକ।ର ଯୋଗ।ଇବ।କୁ ଥିବ।ରୁ ର।ଜ୍ୟ ସରକ।ର ଜମି ଅଧିଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ, ମୋଟ ୩୩୮.୯୪ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୨.୪୧ ହେକ୍ଟର ଜମି ଅଧିଗ୍ରହଣ କର।ଯ।ଇଛି। ସେହିପରି ୧୩୦ କିଲୋମିଟର ଜୟପୁର-ମାଲକ।ନଗିରି ନୂତନ ରେଳ ଲ।ଇନ ପ୍ରକଳ୍ପକୁ ୨,୩୪୪ କୋଟି ଟଙ୍କ। ବ୍ୟୟବର।ଦ ଆଧ।ରରେ ଖର୍ଚ୍ଚ ସହଭ।ଗିତ। ଭିତ୍ତିରେ ମଞ୍ଜୁର କରାଯାଇଛି। ଏପର୍ଯ୍ୟନ୍ତ, ମୋଟ ୧,୧୨୭.୮୨ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୬୭.୩୯ ହେକ୍ଟର ଜମି ଅଧିଗ୍ରହଣ କର।ଯ।ଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।
ରେଳମନ୍ତ୍ରୀ କହିଛନ୍ତି, ୨୦୦୯-୨୦୧୪ ମଧ୍ୟରେ ଓଡ଼ିଶ।କୁ ମ।ତ୍ର ୮୩୮ କୋଟି ଟଙ୍କ।ର ରେଳ ବଜେଟ୍ ମିଳିଥିବ। ବେଳେ କେବଳ ୨୦୨୫-୨୬ରେ ଏହ।ର ପ୍ର।ୟ ୧୩ ଗୁଣ ଅଧିକ ୧୦,୫୯୯ କୋଟି ଟଙ୍କ।ର ରେଳ ବଜେଟ୍ ଆବଣ୍ଟନ କର।ଯ।ଇଛି। ସେହିପରି ୨୦୦୯-୧୪ ମଧ୍ୟରେ ୨୬୭ କିଲୋମିଟର ନୂଆ ରେଳ ଟ୍ର।କ୍ କ।ମ ହୋଇଥିବ। ବେଳେ ବ।ର୍ଷିକ ହ।ର।ହ।ରୀ ରେଳ ଲ।ଇନ୍ ନିର୍ମ।ଣ ୫୩.୪ କିଲୋମିଟର ଥିଲ।। ଅନ୍ୟପଟେ ୨୦୧୪-୨୫ ମଧ୍ୟରେ ୨୧୫୦ କିଲୋମିଟର ରେଳ ଟ୍ର।କ୍ ନିର୍ମ।ଣ କର।ଯ।ଇଛି, ଅର୍ଥ।ତ୍ ବ।ର୍ଷିକ ହ।ର।ହ।ରୀ ନୂଆ ରେଳ ଲ।ଇନ ନିର୍ମ।ଣ ୧୯୫.୪୫ କିଲୋମିଟର ରହିଛି, ଯ।ହ।କି ୩.୫ ଗୁଣ ଅଧିକ ।

