Home Forest ଓଡିଶା ଜଙ୍ଗଲରେ ୨୭ଟି ମହାବଳ

ଓଡିଶା ଜଙ୍ଗଲରେ ୨୭ଟି ମହାବଳ

ଭୁବନେଶ୍ୱର : ଓଡିଶା ଜଙ୍ଗଲରେ ଏବେ ୨୭ଟି ମହାବଳ ଅଛନ୍ତି । ଏମାନଙ୍କ ମଧ୍ୟରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି ମହାବଳ ଥିବାବେଳେ କେନ୍ଦୁଝର, ସୁନ୍ଦରଗଡ, ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟି କରି ମହାବଳ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।

ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଥର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ୨୦୦୨ ମସିହାରେ ଓଡିଶାରେ ପାଦଚିହ୍ନ ପଦ୍ଧତିରେ ହୋଇଥିବା ବାଘ ଗଣନା ଅନୁଯାୟୀ ରାଜ୍ୟରେ ୧୭୩ଟି ମହାବଳ ଥିଲେ । ୨୦୦୬ ମସିହାରେ ପ୍ରଥମଥର ପାଇଁ ସର୍ବଭାରତୀୟ ସ୍ତରରେ କ୍ୟାମେରା ଟ୍ରାପ ପଦ୍ଧତିରେ ହୋଇଥିବା ଗଣନାରୁ ରାଜ୍ୟରେ ୪୫ଟି ମହାବଳ ଥିବା ଠାବ କରାଯାଇଥିଲା ।

ତେବେ ୨୦୨୪ ବାଘ ଗଣନାରୁ ରାଜ୍ୟର ଜଙ୍ଗଲରେ ୨୭ଟି ମହାବଳ ସମେତ ୮ଟି ମହାବଳ ବାଘ ଶାବକ ଥିବା ଠାବ କରାଯାଇଛି । ସେହିଭଳି ଗତ ୧୦ବର୍ଷ ମଧ୍ୟରେ ମଧ୍ୟରୁ ୨ଟି ମହାବଳ ଅଣାଯାଇଥିବାବେଳେ ଓଡିଶାର ଜଙ୍ଗଲରୁ କୌଣସି ବାଘକୁ ଅନ୍ୟ ଜଙ୍ଗଲକୁ ପଠାଯାଇ ନାହିଁ । ୨୦୧୩-୧୪ ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ୪୮ଟି କଲରାପତିରଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ଘଟିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।