Home News in Odia ଓଡିଶା ଉପରେ ଝଡର ପ୍ରଭାବ

ଓଡିଶା ଉପରେ ଝଡର ପ୍ରଭାବ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ୨୫ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ‘ରେମାଲ୍’ରେ ପରିଣତ ହୋଇଛି ଏବଂ ଏହା ବାଲେଶ୍ୱର ଠାରୁ  ପ୍ରାୟ ୪୦୦ କିଲୋମିଟର ଦକ୍ଷିଣ-ପୂର୍ବଦିଗରେ କେନ୍ଦ୍ରୀଭୂତ ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ ଏବଂ ୨୬ ତାରିଖ ସନ୍ଧ୍ୟା ସମୟରେ ହଳଦିଆ କିମ୍ବା ସୁନ୍ଦରବନ ଦ୍ୱୀପ ନିକଟରେ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ପୂର୍ବରୁ ଏହା ୨୬ ତାରିଖରେ ଉପକୂଳ ନିକଟରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ।

ଏହାର ପ୍ରଭାବରେ ବାଲେଶ୍ୱର ଭଦ୍ରକ ଜିଲ୍ଲାରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ କେନ୍ଦ୍ରାପଡ଼ା ଜଗତସିଂହପୁର ଜିଲ୍ଲାରେ ୨୫ରୁ ୩୫ କିଲୋମିଟର ବେଗରେ ପବନ ବହିପାରେ ୨୬ ତାରିଖ ମଧ୍ୟାହ୍ନରେ ଭୁବନେଶ୍ୱରରେ ଘଣ୍ଟା ପ୍ରତି ୨୦ରୁ ୩୦ କିଲୋମିଟର ବେଗରେ ପବନ ବହିପାରେ

୨୬ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା କଟକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ଏବଂ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ
୨୬ ତାରିଖରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି