ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ ଉପରେ ଆଉ ଭରସା କରାଯାଇ ପାରିବ ନାହିଁ l ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି ଟ୍ରିବ୍ୟୁନାଲ ଲ ସେଥିପାଇଁ ଟ୍ରିବ୍ୟୁନାଲର ଶୁଣାଣି ବେଳେ ଲାଇଭ ସ୍କ୍ରିନିଙ୍ଗ ସହିତ ସାଂବାଦିକ ମାନଙ୍କୁ କୋର୍ଟ ପରିସରରେ ରହି ସଠିକ ଖବର ସଂଗ୍ରହ କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଦାବି କରିଛି l ଦରକାର ପଡ଼ିଲେ ସେଥିପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଚେତାବନୀ ଦେଇଛନ୍ତି l
ବର୍ଷେ ପୂର୍ବେ ଟ୍ରିବ୍ୟୁନାଲ ରେ ଉଭୟ ରାଜ୍ୟ, ଛତିଶଗଡ ଓ ଓଡ଼ିଶାରର ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଆପୋଷ ବୁଝାମଣା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସେମାନେ ଆଗ୍ରହୀ ବୋଲି ତଥ୍ୟ ଦେଇଥିଲେ ଟ୍ରିବ୍ୟୁନାଲ l ତାକୁ ଆଧାରକରି ମିଳିତ ବୈଷୟିକ କମିଟି ଗଠିତ ହେଲା ଏଵଂ ଏହାଭିତରେ ୨୧ ଥର ଏହି କମିଟି ବସିସରିଲାଣି ବୋଲି ଓଡିଶାର ଆଡଭୋକେଟ୍ ଜେନେରାଲ ବାରମ୍ବାର ବାରମ୍ବାର ଗଣମାଧ୍ୟମ ସାମ୍ନାରେ କହୁଛନ୍ତି l କିନ୍ତୁ ଗତ ୧୧ ଜୁଲାଇରେ ଆନୁଷ୍ଠିତ ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଅପୋଷ ବୁଝାମଣା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ ମୌଖିକ ଭାବରେ ରାଜି ହୋଇଛି ଏବଂ ଟ୍ରିବ୍ୟୁନାଲ ଆସନ୍ତା ଶୁଣାଣି ସମୟରେ ଲିଖିତ ଭାବରେ ଏହା ଦେବାକୁ କହିବା ଆମ ଭିତରେ ସନ୍ଦେହ ସୃଷ୍ଚି କରୁଛି l
ତେବେ ବାସ୍ତବରେ କଣ ଆଗରୁ ଏହି ଆପୋଷ ସମାଧାନ ପାଇଁ ଟ୍ରିବ୍ୟୁନାଲ ଙ୍କୁ ପ୍ରତିଶ୍ରୁତି ଦେଇ ନଥିଲା? ଓଡ଼ଶା ସରକାର ଓ ଟ୍ରିବ୍ୟୁନାଲ କଣ ଓଡ଼ିଶାବାସୀଙ୍କୁ ଭ୍ରମିତ କରିଥିଲେ? ଯଦି ତାହା ସତ୍ୟ ତେବେ ତାହା ସାଂଘାତିକ ବୋଲି ସଙ୍ଗଠନର ଅବହାକ ଶ୍ରୀ ଦାସ କହିଛନ୍ତି l ଏପ୍ରକାରର ତଥ୍ୟ ଦର୍ଶାଏ ଯେ ଟ୍ରିବ୍ୟୁନାଲ ର ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ l ତେଣୁ ପ୍ରତ୍ୟେକଟି ଶୁଣାଣି ସମୟରେ ଲାଇଭ ସ୍କ୍ରିନିଙ୍ଗ ପାଇଁ ସଙ୍ଗଠନ ଦାବି କରିଛି l ସୁପ୍ରିମ କୋର୍ଟ ତଥା ହାଇ କୋର୍ଟ ଇତ୍ୟାଦିରେ ଲାଇଭ ସ୍କ୍ରିନିଙ୍ଗ ର ବ୍ୟବସ୍ଥା ଥିବାବେଳେ ଟ୍ରିବ୍ୟୁନାଲ ରେ ତାହା କହିଁକି ହେବ ନାହିଁ ବୋଲି ସଂଗଠନ ପ୍ରଶ୍ନ କରିଛି l ଯଦି ଟ୍ରିବ୍ୟୁନାଲ ଏହି ଦାବିକୁ ଗ୍ରହଣ ନ କରନ୍ତି ତେବେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୋର୍ଟର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମ୍ମୀଳନୀରେ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଗିରିଜା ଶଙ୍କର ଦାସ, ପ୍ରକାଶ ରଥ ପ୍ରମୁଖ ସଙ୍ଗଠନ ର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି l
ଅନ୍ୟ ଏକଚିନ୍ତାଜନକ କଥା ହେଲା ଛତିଶଗଡ ଆପୋଷ ଆଲୋଚନା ମାଧ୍ଯମରେ ଜଳ ବିବାଦର ସମାଧାନ ପାଇଁ ଆଗ୍ରହୀ ବୋଲି କୁହାଯାଉଥିବା ବେଳେ ହୀରାକୁଦର ଜଳ ପରିଚାଳନା ପାଇଁ ଓଡିଶାକୁ ସହଯୋଗ ନକରିବା ଛତିଶଗଡର ଓଡ଼ଶା ପ୍ରତି ପ୍ରତାରଣାର ଗୋଟାଏ ନଜିର l ହୀରାକୁଦର ଉପର ମୁଣ୍ଡରେ ଛତିଶଗଡ ର ସରଡ଼ିହି ବ୍ୟାରେଜ ସମେତ ଅନ୍ୟ ସ୍ଥାନ ମାନଙ୍କରେ ଗେଜ୍ ମାଧ୍ୟମରେ କେତେ ପାଣି ଡିସଚାର୍ଜ ହେଉଛି ତାହା ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ଅତ୍ୟନ୍ତ ଜରୁରୀ l ଅଗରୁଥିବ ଗେଜ ଗୁଡିକ ଏବେ କାର୍ଯ୍ୟ କରୁନାହିଁ l ତେଣୁ ସେ ସବୁ ଗେକ ଗୁଡିକ ପ୍ରତିଷ୍ଠା ପାଇଁ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଯନ୍ତ୍ରୀ ବାରମ୍ବାର ଚିଠି ଲେଖି ଏନ ଓ ସି ମାଗିବା ପରେ ମଧ୍ୟ ଛତିଶଗଡ ସହଯୋଗ କରୁନାହିଁ l
ସେହି ପରି କଲମl ବ୍ୟାରେଜ ର ଗେଟ ଗୁଡିକୁ ମନ ଇଚ୍ଛା ବନ୍ଦ କରି ରଖୁଛି ଛତିଶଗଡ l ସାନ କେଲୋ ଓ ବଡ଼ କିଲୋ ନଦୀ କୁ ଜବରଦସ୍ତ ବନ୍ଦ କରି ଦେଇଛି ଛତିଶଗଡ ଯାହା ଫଳରେ ଝାରସୁଗୁଡ଼ା ର କନକ ତୋରା ଅଞ୍ଚଳର ଅଧିବାସୀ ଓ ଚାଷୀମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି l ଛତିଶଗଡ଼ ର ଏଭଳି ଆଚରଣ ମହାନଦୀ ଜଳ ବିବାଦର ସମାଧାନ ଦିଗରେ କେବଳ ନକାରାତ୍ମକ ପଦକ୍ଷେପ ନୁହଁ, ତାହା ଓଡ଼ିଶା ପ୍ରତି ପ୍ରତାରଣାର ନମୁନା ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ବିଚାର କରେ l
ଓଡ଼ିଶା ସରକାର ଓଡ଼ିଶା ବାସୀ ଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସଠିକ ପଦକ୍ଷେପ ନେବା ଜରୁରୀ ଏବଂ ଏଥିପାଇଁ ଟ୍ରିବ୍ୟୁନାଲର ପ୍ରସିଡ଼ିଂସ ଓ ଛତିଶଗଡ ର ପଦକ୍ଷେପ ଗୁଡିକୁ ନିରନ୍ତର ମନିଟରିଂ କରିବାକୁ ସଙ୍ଗଠନ ଦାବି କରିଛି l ଆଜିର ସାମ୍ବାଦିକ ସମ୍ମୀଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ସର୍ବଶ୍ରୀ ସୁଦର୍ଶନ ଦାସ, ବାସୁଦେବ ଭଟ୍ଟ, ଗିରିଜା ଶଙ୍କର ଦାସ, ପ୍ରସନ୍ନ ବିଷୋୟୀ, ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ଥିଲେ l

