Home Education ଏଲ୍‌ଟିଟିଏସ୍ ସହ ସୋଆର ବୁଝାମଣା

ଏଲ୍‌ଟିଟିଏସ୍ ସହ ସୋଆର ବୁଝାମଣା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଏଲ୍ ଆଣ୍ଡ ଟି ଟେକ୍ନୋଲଜି ସର୍ଭିସେସ ଲିମିଟେଡ୍ (ଏଲ୍‌ଟିଟିଏସ୍‌) ମଧ୍ୟରେ ଶିଳ୍ପ ଓ ଶିକ୍ଷା ଜଗତ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ, ବିକାଶ, ନିଯୁକ୍ତି ଓ ଗବେଷଣା କାର୍ଯ୍ୟରେ ସହଯୋଗ ନିମନ୍ତେ ବୁଧବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିିତ ହୋଇଯାଇଛି ।

ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ କ୍ୟାମ୍ପସରେ ଏଲ୍‌ଟିଟିଏସ୍ ପକ୍ଷରୁ ମେଡିକାଲ୍ ଟେକ୍ନୋଲଜି ନିମନ୍ତେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଓ ଟିଚିଂ ଲର୍ଣ୍ଣିଂ ସେଂଟର ସ୍ଥାପନ କରାଯିବ ଯାହା ଫଳରେ ଏହି କ୍ଷେତ୍ରରେ ଉତମ ଗୁଣବତା ସହ ପ୍ରତିଭା ସୃଷ୍ଟି ହୋଇପାରିବ ।

ବୁଝମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏଲ୍‌ଟିଟିଏସ୍‌ର ଗ୍ଲୋବାଲ୍ ଡେଲିଭେରି ହେଡ (ମେଡଟେକ ବିଜିନେସ) ଶ୍ରୀ ମୁରଲୀଧର ହୋଶାହାଲି ସ୍ୱାକ୍ଷର କରିଥିଲେ ।

ଏହି ମିଳିତ ଉଦ୍ୟମ ଦ୍ୱାରା ଉଭୟ ସୋଆ ଓ ଏଲ୍‌ଟିଟିଏସ୍ ମେଡଟେକ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟା ଯଥା ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସକୁ ସୋଆର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ସହ ବିଭିନ୍ନ ଗବେଷଣାରେ ଭାଗ ନେବେ ।

ବୁଝମଣା ପତ୍ର ସ୍ୱାକ୍ଷରିତ ହେବା ସମୟରେ ଏଲ୍‌ଟିଟିଏସ୍‌ର ଗ୍ଲୋବାଲ୍ ଇଞ୍ଜିନିୟରିଂ ଏକାଡେମୀର ଗ୍ଲୋବାଲ ହେଡ ଡକ୍ଟର ପି.ବି. କୋଟୁର ଓ ମେଡଟେକ ଏକାଡେମୀର ହେଡ ଡକ୍ଟର ବିବେକ କଉଣ୍ଡାଲ ଉପସ୍ଥିତ ଥିଲେ ।